ନଦୀ ଓ ପୁଷ୍କରିଣୀରେ ଡ଼ଙ୍ଗା ଭସାଇ ଅତୀତ ନୌ ବାଣିଜ୍ୟକୁ ମନେ ପକାଇଲେ
ନିମାପଡ଼ା,(ସନ୍ତୋଷ ଦାଶ): ଶୁକ୍ରବାର ଥିଲା ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ପ୍ରାତଃରୁ ପ୍ରାଚୀ ଉପତ୍ୟକା ଅଞ୍ଚଳ ର ଆବାଳ ବୃଦ୍ଧ ବନିତା ସ୍ନାନ କରି ପ୍ରାଚୀ ନଦୀ ସହିତ ବିଭିନ୍ନ ସ୍ଥାନରେ ଥିବା ପୁଷ୍କରିଣୀ ମାନଙ୍କ ରେ ଡ଼ଙ୍ଗା ଭସାଇ ଅତୀତ ଓଡ଼ିଶା ର ନୌ ବାଣିଜ୍ୟ କୁ ମନେ ପକାଇ ଗାଇଥିଲେ ଆ. କା. ମା .ବୈ ଗୀତ। ବିଭିନ୍ନ ସ୍ଥାନରେ ଥିବା ମନ୍ଦିର ରେ ପ୍ରଭୁ ଧବଳେଶ୍ଵର ଙ୍କ ପାଇଁ କଦଳୀ ଶିରିଣି ପ୍ରସ୍ତୁତ କରାଯାଇ ଭୋଗ ଅର୍ପଣ କରାଯାଇଥିଲା। ଶ୍ରଦ୍ଧାଳୁ ମାନେ ଡ଼ଙ୍ଗା ଭସାଇ ଦେଇ ମନ୍ଦିର କୁ ଯାଇ ଦେବ ଦର୍ଶନ କରିବା ସହିତ ଶିରିଣି ଭୋଗ ଖାଇଥିଲେ। ବିଭିନ୍ନ ସ୍ଥାନରେ ବିଧବା ମହିଳା ଓ ବ୍ରତ ଧାରୀ ମାନେ କରିଥିବା ରାଇ ଦାମୋଦର ପୂଜା କୁ ଉଦଯାପନ କରିଥିଲେ। କାର୍ତ୍ତିକ ପୂର୍ଣ୍ଣିମା ପାଇଁ ବିଭିନ୍ନ ମଠ ଓ ମନ୍ଦିର ମାନଙ୍କ ରେ ଭକ୍ତ ମାନଙ୍କ ଭିଡ଼ ଲାଗିଥିଲା ଓ ସମସ୍ତ ଗାଁ ରେ ଭକ୍ତି ମୟ ପରିବେଶ ସୃଷ୍ଟି ହୋଇଥିଲା।