ଯୁଗାବ୍ଦରେ ଖବର ପ୍ରକାଶ ପରେ ତହସିଲଦାରଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କଲେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ

କରଞ୍ଜିଆ ନୂତନ ବସଷ୍ଟାଣ୍ଡ ପାଚେରୀ ଭଙ୍ଗା ଘଟଣା
କରଞ୍ଜିଆ,(ଜିତେନ୍ଦ୍ର ରାଜ): ଭଙ୍ଗା ଗଢ଼ାରେ ଚାଲିଛି କରଞ୍ଜିଆ ଏନଏସିର ଉନ୍ନତିକରଣ ଶୀର୍ଷକ ଖବର ଯୁଗାବ୍ଦ ଖବର କାଗଜରେ ଚଳିତ ମାସ ୨୨ ତାରିଖ ରେ ପ୍ରକାଶିତ ହେବା ପରେ ଭଙ୍ଗାଘଟଣାକୁ ଖଣ୍ଡନ କରିଥିବା ଓ ଖବର ଟି ଭିତ୍ତିହୀନ ବୋଲି ଆମ ପ୍ରତିନିଧିଙ୍କୁ କହିଥିବା କରଞ୍ଜିଆ ଏନଏସି କାର୍ଯ୍ୟନିର୍ବାହୀ ଲଳିତ କୁମାର ନାଏକ ଆଜି କରଞ୍ଜିଆ ଥାନାରେ କରଞ୍ଜିଆ ତହସିଲଦାର ଓ ଠିକାଦାରଙ୍କ ବିରୋଧlରେ ଏକ ଏତଲା ପ୍ରଦାନ କରିଛନ୍ତି ଘଟଣାରୁ ପ୍ରକାଶ ଯେ କରଞ୍ଜିଆ ବସଷ୍ଟାଣ୍ଡ ସଂନିକଟ ସ୍ଥାନରେ ନିର୍ମାଣ ହେଇଥିବା ପାଚେରିକୁ ଭଙ୍ଗା ଯାଇଥିବା ଓ ଆଗାମୀ ସମୟରେ ଲକ୍ଷାଧିକ ଟଙ୍କା ବ୍ୟୟ ରେ ସାଂସଦ ପାଣ୍ଠି ଅନୁଦାନରେ ନିର୍ମିତ ୨ଟି ପ୍ରକଳ୍ପ ଓ ଗୋଟିଏ ଜଳଖିଆ ଦୋକାନକୁ ଆଗାମୀ ସମୟରେ ଭାଙ୍ଗି ଦିଆଯିବାକୁ ସ୍ଥିର କରାଯାଇଥିବା ଖବରଜାଣିବାକୁ ପାଇ ଆଜି କରଞ୍ଜିଆ ଏନଏସି ଅଧ୍ୟକ୍ଷାଙ୍କ ଆହ୍ୱାନ କ୍ରମେ ଏନଏସି କାଉନସିଲର ଏକ ଜରୁରୀକାଳୀନ ବୈଠକ କାର୍ଯ୍ୟାଳୟ ସଭାଗୃହ ଠାରେ ଅନୁଷ୍ଠିତ ହେଇଥିଲା। ବୈଠକରେ ଅଧ୍ୟକ୍ଷା ପପି ପୃଷ୍ଟି, ଉପାଧ୍ୟକ୍ଷ ସ୍ୱରୂପ କୁମାର୍ ପରିଜା,କାର୍ଯ୍ୟନିର୍ବାହୀ ଅଧିକାରୀ ଲଳିତ କୁମାର୍ ନାଏକ,ସମସ୍ତ ୱାର୍ଡ କାଉନସିଲର ଉପସ୍ଥିତ ରହିଥିଲେ। କରଞ୍ଜିଆ ଏନଏସି କାର୍ଯ୍ୟାଳୟର ବିନା ଅନୁମତି ଓ ବିନା ଅବଗତିରେ ସରକାରୀ ସମ୍ପତ୍ତିକୁ ନଷ୍ଟ କରାଯାଇଥିବା ନେଇ ସମସ୍ତେ ଉଦବେଗ ପ୍ରକାଶ କରିବା ସହିତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାୟିତ୍ୱ ଦେଇଥିଲେ। ଏହି ଘଟଣାରେ କରଞ୍ଜିଆ ତହସିଲଦାର ବିଦ୍ୟାଧର ପତି ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶକୁ ଅବମାନନା କରି ପାଚେରୀ ଭାଙ୍ଗିବାକୁ ଠିକାଦାରଙ୍କୁ ସହମତି ଦେଇଥିବା ଦର୍ଶାଇ ଉଭୟଙ୍କ ବିରୋଧରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ନାଏକ କରଞ୍ଜିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ପ୍ରଦାନ ସମୟରେ ସମସ୍ତ ନିର୍ବାଚିତ ଜନ ପ୍ରତିନିଧି ମାନେ ମଧ୍ୟ ଉପସ୍ଥିତ ରହିଥିଲେ।
ଏସମ୍ପର୍କ ରେ ଟେଲିଫୋନ ଯୋଗେ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ପ୍ରତିକ୍ରିୟା ନେବାରୁ ସେ ଖବର ପ୍ରକାଶ ପର ପର୍ଯ୍ୟନ୍ତ ଭଙ୍ଗା ଘଟଣା ବିଷୟ ରେ ଅବଗତ ନଥିଲେ ପରେ ଅବଗତ ହେଲେ ଓ ଆଜି ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ଘଟଣା ସ୍ଥଳ କୁ ଯାଇ ଫେରିବା ପରେ ଜରୁରୀ ବୈଠକ ଡାକି ନିଷ୍ପତି ନେଇଥିବା ସୂଚନା ଦେଇଥିଲେ
ଏଠାରେ ପ୍ରଶ୍ନ ଉଠେ କି କରଞ୍ଜିଆ ଏନଏସି ର ବସଷ୍ଟାଣ୍ଡ ନିକଟରେ ପାଚେରୀ ଭଙ୍ଗା ଘଟଣା କୁ ଅଧ୍ୟକ୍ଷା ବା କୌଣସି କାଉନସିଲର ଜାଣିପାରିଲେ ନାହିଁ କେମିତି ?
୨ଟି ବିଭାଗ ମଧ୍ୟରେ ସ୍ୱମନୟ ର ଅଭାବ କାହିଁକି ହେଲା ଯାହାଦ୍ୱାରା ମାମଲା ଥାନାକୁ ଯାଇ ପହଁଚିଲା ?
ଗୋଟିଏ ଛୋଟ ପାଚେରୀ କୁ ଭଙ୍ଗା କୁ ନେଇ ମାମଲା ଥାନା ପର୍ଯ୍ୟନ୍ତ ପହଁଚିଲା କିନ୍ତୁ ବର୍ଷ ବର୍ଷ ଧରି ବସଷ୍ଟାଣ୍ଡ ର ପର୍କିଙ୍ଗ ଫି ଦେଉନଥିବା ସଙ୍ଘ ଓ ସେହିଭଳି ବାରମ୍ବାର ଆଇନ ଭାଙ୍ଗୁଥିବା ଓ ଏନଏସି ର ବିଭିନ୍ନ ଯୋଜନା କୁ ହରିଲୁଟ କରିଥିବା ବ୍ୟକ୍ତି ବିଶେଷ,ଯୋଜନା କୁ ବିଫଳ କରି ସରକାରୀ ଅନୁଦାନ ଅର୍ଥ ଅଯଥା ଖର୍ଚ୍ଚ କରି ନଷ୍ଟ କରିଥିବା ମହାନ ବ୍ୟକ୍ତି ଅଧିକାରୀ, ଯନ୍ତ୍ରୀ ଙ୍କ ବିରୋଧ ରେ ଏଭଳି ପଦକ୍ଷେପ କେବେ ନିଆଯିବ ତାହା ଏବେ କରଞ୍ଜିଆ ଜନସାଧାରଣ ଙ୍କ ମଧ୍ୟରେ ଚର୍ଚ୍ଚା ର ବିଷୟ ପାଲଟିଛି
ପୂର୍ବରୁ ନିର୍ବାହୀ ଅଧିକାରୀ ଓ କାଉନସିଲ ର ନିର୍ବାଚିତ ପ୍ରତିନିଧି ଙ୍କୁ ବିଭିନ୍ନ ଦୁର୍ନୀତି ବାବଦରେ ଦିଆଯାଇଥିବା ଅଭିଯୋଗ ଉପରେ କେତେଥର କାର୍ଯ୍ୟାନୁଷ୍ଠାନ ନିଆଯାଇଛି
ଯଦି ନିଆଯାଇଛି କଣ କଣ କାର୍ଯ୍ୟାନୁଷ୍ଠାନ ବା ପଦକ୍ଷେପ ନିଆଯାଇଛି ଯଦି କୌଣସି କାର୍ଯ୍ୟାନୁଷ୍ଠାନ ବା ପଦକ୍ଷେପ ନିଆଯାଇନାହିଁ କାହିଁକି ନିଆଯାଇନାହିଁ ତାହା କୁ ନେଇ
ଏବେ କରଞ୍ଜିଆ ଏନଏସି ପ୍ରଶାସନ ସନ୍ଦେହ ଘେରରେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ