ଆର୍.ଡି.ଏସ୍ ଡିଗ୍ରୀ ମହାବିଦ୍ୟାଳୟରେ ବିଶ୍ୱ ଏଡସ ଦିବସ ପାଳିତ

ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର):ମୟୁରଭଞ୍ଜ ଜିଲ୍ଲାର ଉଦଳା, କୁଣ୍ଡାବାଇ ସ୍ଥିତ ଆର୍. ଡି. ଏସ୍. ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ଡ଼ଃ ପ୍ରଦୀପ କୁମାର ଗିରିଙ୍କ ମାର୍ଗଦର୍ଶନରେ ରେଡ ରିବନ୍ କ୍ଲବ, ଯୁବ ରେଡ୍ କ୍ରସ୍ ଓ ଏନ୍. ଏସ୍. ଏସ୍ ତରଫରୁ ବିଶ୍ୱ ଏଡସ ଦିବସ ପାଳିତ ହୋଇଯାଇଛି । ଇତି ଅବସରରେ କଲେଜ ପରିସରରେ ଏକ ସଭା ଆୟୋଜିତ ହୋଇଥିଲା ଏହି ସଭାରେ ଓଡ଼ିଆ ବିଭାଗର ମୁଖ୍ୟ ଡ଼ଃ ଅକ୍ଷୟ କୁମାର ଗିରି ସଭାପତିତ୍ବ କରି ଛାତ୍ରଛାତ୍ରୀ ତଥା ସ୍ବେଚ୍ଛାସେବୀ ମାନଙ୍କୁ ଏଡସ୍ ଭଳି ରୋଗର ଭୟାବହତା ସଂପର୍କରେ ଅବଗତ କରିବା ସହ ବ୍ୟାପକ ସଚେତନତା ହିଁ ଏକ ମାତ୍ର ମୁକ୍ତିର ମାର୍ଗ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯୁବ ରେଡ କ୍ରସ କାଉନସେଲର ରାଜେଶ କୁମାର ରାଉତରାୟ, ଏନ ଏସ ଏସ କାର୍ଯ୍ୟକ୍ରମ ଅଧିକାରୀ ଓମପ୍ରକାଶ ଶତପଥି ଉପସ୍ଥିତ ରହି ଏଚ ଆଇ ଭି ଓ ଏଡ଼ସ୍ ବିଷୟରେ ନିଜ ନିଜର ମତପୋଷଣ କରିଥିଲେ । ଏଥି ସହିତ ଏଡ଼ସ ର ସଚେତନତା ପାଇଁ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପୂର୍ବରୁ ଆୟୋଜିତ ହୋଇଥବା ପ୍ରବନ୍ଧ ଏବଂ ସାଧାରଣ ଜ୍ଞାନ ପ୍ରତିଯୋଗିତା ରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ପରିଶେଷରେ ଶିକ୍ଷା ବିଭାଗର ଅଧ୍ୟାପିକା ମଧୁସ୍ମିତା ପରିଡା ଧନ୍ୟବାଦ ଅର୍ପଣ କରିଥିଲେ |ସ୍ବେଛାସେବୀ ମାନଙ୍କ ମଧ୍ୟରେ ରାଜେଶ କୁମାର ପଢିଆଲ, ଅଭିଜିତ ମହାନ୍ତ, ରାଇସେନ ସୋରେନ, ରାମ ମାର୍ଣ୍ଡି, ଭାଗ୍ୟଜ୍ୟୋତି ପାଲବାବୁ, ସିନିଗା ସୋରେନ, ଦିପିକା ବେହେରା, ସୁଶ୍ରୀ ଅଭିପ୍ସା ମହାପାତ୍ର ଏବଂ ଅନ୍ୟାନ୍ୟ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ