ବଡ଼ଦିନ ପାଇଁ ଉତ୍ସବ ମୁଖର ଭବାନୀପାଟଣା

ଭବାନୀପାଟଣା , (ଯୁଗାବ୍ଦ ନ୍ୟୁଜ) : ଖ୍ରୀଷ୍ଟମାସ ଅବସରରେ ବୁଧବାର ଉତ୍ସବ ମୁଖର ହୋଇପଡିଛି କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସହର । ବଡଦିନ ପର୍ବକୁ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଭାଇ ଭଉଣୀମାନେ ହର୍ଷ ଉଲ୍ଲାସର ସହ ପାଳନ କରିଛନ୍ତି । ଏହି ଅବସରରେ ଭବାନୀପାଟଣା ସହରରେ ଥିବା ବିଭିନ୍ନ ଚର୍ଚ୍ଚ ଗୁଡିକ ରଙ୍ଗୀନ ଆଲୋକରେ ସୁସଜ୍ଜିତ ହୋଇଥିବାବେଳେ ଆଜି ସକାଳୁ କ୍ରୀଷ୍ଟିୟାନ ସମ୍ପ୍ରଦାୟର ଲୋକ ଚର୍ଚ୍ଚ ରେ ପହଞ୍ଚି ପ୍ରଭୁ ଯୀଶୁ ଙ୍କ ପାଖରେ ନିଜ ପରିବାର ର ସୁଖ ସମୃଦ୍ଧି କାମନା କରିବା ସହ ନିଜ ନିଜ ମଧ୍ୟରେ ପ୍ରଭୁ ଯୀଶୁଙ୍କ ଜନ୍ମଦିନ କୁ ଆନନ୍ଦ ଉଲ୍ଲାସ ସହ ପାଳନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ