କନ୍ତିଆରେ ମହା ଆଡମ୍ବରେ ପୂଜା ପାଉଛନ୍ତି ମା ସରସ୍ବତୀ

ବରୀ, (ଯୁଗାବ୍ଦ ନ୍ୟୁଜ):ବରୀବ୍ଲକ ଅନ୍ତର୍ଗତ ବୋଦୁଅ ପଂଚାୟତ କନ୍ତିଆ ଗ୍ରାମାରେ ବିଭିନ୍ନ ପୂଜା ମଣ୍ଡପରେ ମା ସରସ୍ବତୀ ପୂଜା ପାଉଛନ୍ତି। ହେଲେ ସୁବୁଠୁ ଆଗରେ ରହିଛି ଯେନା ସାହିର ମା ସରସ୍ବତୀ ପୂଜା କମିଟି।ଏହି କମିଟି ଦୀର୍ଘ ୧୦ ବର୍ଷ ହେବ ହୋଇ ଆସୁଥିବା ବେଳେ ଚଳିତ ବର୍ଷ ଆଲୋକ ମାଳର ସୁସର୍ଜିତ ସାଙ୍ଗକୁ ସୁନ୍ଦର ତୋରଣରେ ଝଲସୁଛି ପୂଜା ମଣ୍ଡପ।ଏହି ପୂଜା ମଣ୍ଡପର ବିଶେଷତ୍ୱ ହେଉଛି ନାମ ଯଜ୍ଞ। ଆଜିର ଅଧୁନିକ ଯୁଗରେ ପୂଜା ମଣ୍ଡପ ଗୁଡିକରେ ମେଲୋଡି, ରେକଡ଼ ଡ୍ୟାନ୍ସକୁ ଗୁରୁତ୍ୱ ଦେଉଥିବା ବେଳେ ଏଠାରେ କମିଟି ପକ୍ଷରୁ ଅଷ୍ଟ ପ୍ରହର ନାମଯଜ୍ଞର ଆୟୋଜନ କରାଯାଏ। ଏହି ନାମ ଯଜ୍ଞରେ ସାରା ଅଞ୍ଚଳ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ। ଯାହାକୁ ନେଇ ଏହି ପୂଜା କମିଟି ସ୍ଥାନୀୟ ଅଞ୍ଚଳରେ ବେଶ ନାଁ ରହିଥିବାବେଳେ ଆସନ୍ତା ୧୧ ତାରିଖରେ ମାଙ୍କର ଭସାଣୀ ଉତ୍ସବ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନାମିଳିଛି। ଏହି ପୂଜା କମିଟିକୁ ହିମାଂଶୁ ଶେଖର ଯେନା, ବେଣୁଧର ଯେନା, ଯୋଗେନ୍ଦ୍ର ଯେନା, ସଚିନ ଯେନା, ଦେବେନ୍ଦ୍ର ଯେନା, ଧର୍ମେଦ୍ର ଯେନା, ଭାଗିରଥି ଯେନା, ରମାକାନ୍ତ ଯେନା,ଚିନ୍ମୟ ଯେନା, ହେମନ୍ତ ଯେନା, ଲଳିତ ଯେନା,ବାଦଲ ଯେନା, ରୋହିତ ଯେନା, ପିଣ୍ଟୁଆ ଯେନା ପ୍ରମୁଖ ପରିଚାଳନା କରୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ