ଆଜି ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବେ ଜେପି ନଡ୍ଡା

ନୂଆଦିଲ୍ଲୀ- ଆଜି ଭାରତୀୟ ଜନତା ପାର୍ଟି ପାଇଁ ସ୍ମରଣୀ ଦିନ । ରବିବାର ହେବାକୁ ଥିବା ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନରେ ଜେପି ନଡ୍ଡାଙ୍କୁ ଚୟନ କରାଯିବା ଶତପ୍ରତିଶତ ଆଶା ଦେଖାଯାଉଛି । ଏହି ଅସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ ଶାହା ସମେତ ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ରହିବେ । ଅମିତ ଶାହା ବିଗତ ସାଢ଼େ ୫ ବର୍ଷ ହେବ ଦଳର ନେତୃତ୍ୱ ନେଇଛନ୍ତି । ତାଙ୍କର କାର‌୍ୟ୍ୟକାଳ ଶେଷ ହୋଇଯିବ । ହିମାଚଳ ପ୍ରଦେଶରୁ ରାଜ୍ୟସଭା ସାଂସଦ ଜେପି ନଡ୍ଡା ଗତ ବର୍ଷ ଠାରୁ ପାର୍ଟିର କାର‌୍ୟ୍ୟକାରୀ ଅଧ୍ୟକ୍ଷ ପଦରେ ଅଛନ୍ତି । କିନ୍ତୁ ଏବେ ତାଙ୍କୁ ପାର୍ଟିର ସଂପୂର୍ଣ୍ଣ ଦାୟିତ୍ୱ ମିଳିଯିବ । ବିଜେପି ଜଣେ ବ୍ୟକ୍ତି ଗୋଟିଏ ପଦ ନିୟମରେ କାମ କରୁଛି । ଏହି କାରଣରୁ ଗୃହମନ୍ତ୍ରୀ ଅମିତ ଶାହା ଏବେ ଅଧ୍ୟକ୍ଷ ପଦର ଦାୟିତ୍ୱରେ ରହିବେ ନାହିଁ । ନାମାଙ୍କନ ସମୟରେ ବିଜେପି ମୁଖ୍ୟ କାର‌୍ୟ୍ୟାଳୟରେ ଅନେକ ବରିଷ୍ଠ ନେତା, କେନ୍ଦ୍ର ମନ୍ତ୍ରୀ, ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ