ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ:- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାତ୍ରଛାତ୍ରୀ ଏବଂ ସେମାନଙ୍କର ଅଭିଭାବକଙ୍କ ଚିନ୍ତା ମୁକ୍ତ କରିବାକୁ ପରୀକ୍ଷା ପେ ଚର୍ଚ୍ଚା କରୁଛନ୍ତି । ଗତ ବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀ ପରୀକ୍ଷା ପେ ଚର୍ଚ୍ଚା କରିଥିଲେ । ଦିଲ୍ଲୀର ତାଲକଟୋରା ଇନଡୋର ଷ୍ଟାଡିଅମରେ ହେଉଥିବା ଏହି ଚର୍ଚ୍ଚାରେ ମୋଦୀ ଛାତ୍ରଛାତ୍ରୀ ଏବଂ ସେମାନଙ୍କର ଅଭିଭାବକ ଓ ଶିକ୍ଷକଙ୍କ ଚିନ୍ତାମୁକ୍ତ କରିବାକୁ ଟିପ୍ସ ଦେଇଛନ୍ତି। ଏହି କ।ର୍ଯ୍ୟକ୍ରମରେ ସମୁଦାୟ ୨ହଜାର ଛାତ୍ରଛାତ୍ରୀ ଓ ଶିକ୍ଷକ ଭାଗ ନେଇଛନ୍ତି । କ।ର୍ଯ୍ୟକ୍ରମ ଆରମ୍ଭରେ ସେ କହିଲେ ମୋତେ ନିୟମିତ ଅନେକଗୁଡ଼ିଏ କ।ର୍ଯ୍ୟକ୍ରମରେ ଭାଗ ନେବାକୁ ପଡ଼େ, କିନ୍ତୁ ‘ପରୀକ୍ଷା ପେ ଚର୍ଚ୍ଚା’ ମୋର ଅତି ପ୍ରିୟ କ।ର୍ଯ୍ୟକ୍ରମ। ମେଧାବୀ ଓ ସୃଜନଶୀଳ ଛାତ୍ରଛାତ୍ରୀଙ୍କ ସହ କଥାବାର୍ତ୍ତା କରିବାକୁ ମୋତେ ଆନନ୍ଦ ଲାଗେ । ଛାତ୍ରଛାତ୍ରୀମାନଙ୍କ ସହ କଥାବାର୍ତ୍ତା ଆରମ୍ଭ କରି ସେ କହିଲେ ଚାଲ, ଆଜିକାଲି ସାମାଜିକ ଗଣମାଧ୍ୟମରେ ଟ୍ରେଣ୍ଡ୍ ହେଉଥିବା ‘ହାସ୍ଟ୍ୟାଗ୍ ଉଇଦାଉଟ୍ ଫିଲ୍ଟର୍’ରୁ ଆରମ୍ଭ କରିବା । ବୋର୍ଡ ପରୀକ୍ଷା ଲାଗି ବିବ୍ରତ ଓ ଛାନିଆ ନ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେବା ସହ ବିଫଳତା ଏବଂ ନିରାଶା ପ୍ରସଙ୍ଗ ଉଠାଇ କହିଲେ ଯେ ବିଫଳତା ଜୀବନର ଅଂଶବିଶେଷ । ଚନ୍ଦ୍ରଯାନ-୨ କଥା ଦେଖ । ଚନ୍ଦ୍ରଯାନ-୨ର ବିଫଳତା ପରେ ମୁଁ ବି ବିବ୍ରତ ହୋଇପଡ଼ିଥିଲି । ତା’ପରେ ମୁଁ ବୈଜ୍ଞାନିକମାନଙ୍କ ସହ କଥାବାର୍ତ୍ତା କରି ସେମାନଙ୍କୁ ପ୍ରେରଣା ଦେଇଥିଲି । ବିଫଳତାରୁ ବି ଆମେ ସଫଳତା ନିମନ୍ତେ ଶିକ୍ଷା ଲାଭ କରି ପାରିବା । କୋଲ୍କାତାରେ ଅନୁଷ୍ଠିତ ଭାରତ ବନାମ ଅଷ୍ଟ୍ରେଲିଆ କ୍ରିକେଟ୍ ମ୍ୟାଚ୍ର ଦୃଷ୍ଟାନ୍ତ ଦେଇ ପ୍ରଧାନମନ୍ତ୍ରୀ କହିଲେ, ଖେଳ ସମୟରେ ଅନୀଲ କୁମ୍ବଲେ ଆହତ ହୋଇ ମଧ୍ୟ ଖେଳିଥିଲେ ଏବଂ ଜିଣିଥିଲେ। କିଭଳି ଭାବେ ଅସୁବିଧାର ମୁକାବିଲା କରାଯାଇ ପାରିବ ତାହା ଆମ ଉପରେ ନିର୍ଭର କରେ । ସେ ଆହୁରି କହିଲେ  ପରୀକ୍ଷା ମଧ୍ୟ ଜୀବନର ଅଂଶବିଶେଷ । ଶିକ୍ଷା ସମ୍ବନ୍ଧୀୟ ଯାତ୍ରାରେ ବୋର୍ଡ ପରୀକ୍ଷା ହେଉଛି ଗୁରୁତ୍ୱପୂର୍ଣ୍ଣ ଘଟଣା । କିନ୍ତୁ, କେବଳ ଉତ୍ତମ ଗ୍ରେଡ୍ ପାଇବା ଉପରେ ଧ୍ୟାନ ଦେବା ଅତ୍ୟାବଶ୍ୟକ ନୁହେଁ । ବୋର୍ଡ ପରୀକ୍ଷାକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାର କରିବା ଉଚିତ, କିନ୍ତୁ କେବଳ ପରୀକ୍ଷା ଯେ ଜୀବନ, ତାହା ସର୍ବଦା ଠିକ୍ ନୁହେଁ । କିଛି ଶିକ୍ଷା କରିବା କିଂବା କିଛି କରିବାକୁ ସାମଗ୍ରିକ ଶିକ୍ଷା ଆମକୁ ସୁଯୋଗ ଦିଏ। ଯଦି ଆମେ ଅନ୍ୟ କୌଣସି ବାହ୍ୟ-ପାଠ୍ୟକ୍ରମ କାର‌୍ୟ୍ୟକଳାପ କରିବା ନାହିଁ, ତେବେ ରୋବଟ୍ ପାଲଟି ଯିବା। ଆମକୁ ସମୟ କାଢ଼ି ବାହ୍ୟ-ପାଠ୍ୟକ୍ରମ କାର‌୍ୟ୍ୟକଳାପ କରିବାକୁ ପଡ଼ିବ। ପିଲାମାନଙ୍କର ବାହ୍ୟ-ପାଠ୍ୟକ୍ରମ କାର‌୍ୟ୍ୟକଳାପକୁ କେତେକ ପିତାମାତା ଫେସନ୍ ବୋଲି ବିଚାର କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ