ବନ୍ତ ବ୍ଲକରେ ଜନ ଅଭିଯୋଗ ଶୁଣାଣୀ ଶିବିର

ବନ୍ତ, (ଚାନ୍ଦିନୀ ମହାନ୍ତି):ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଜି ବନ୍ତ ବ୍ଲକରେ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲା ଉନ୍ନୟନ ଅଧିକାରୀ କୁଶଳ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିିବିରରେ ଡେପୁଟି କଲେକ୍ଟର ତନ୍ମୟ କୁମାର ଜେନା, ବିଡିଓ ପ୍ରଦୀପ କୁମାର ସେଠୀ, ତହସିଲଦାର ସାରା ହେମ୍ବ୍ରମ, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଶ୍ରଦ୍ଧା ସୁମନ ନାଥ ଉପସ୍ଥିତ ଥିଲେ । ଏହି ଶିବିରରେ ମୋଟ ୫୬ ଗୋଟି ଅଭିଯୋଗ ଆସିଥିଲା । ସେଥିମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସରକାରୀ ଜମି ଜବର ଦଖଲ ଉଚ୍ଛେଦ, ବାର୍ଦ୍ଧକ୍ୟ ଭତ୍ତା, ସରକାରୀ ସହାୟତା, ରାସ୍ତାଘାଟ, ସିଏମ୍ କିଶାନ ଯୋଜନା, ପିଏମ କିଶାନ ଯୋଜନାରେ ନାମ ଅନ୍ତର୍ଭୁକ୍ତ କରିବା, ନିମ୍ନମାନର ଅଙ୍ଗନୱାଡି ଗୃହ କାର୍ଯ୍ୟ, ଟେଣ୍ଡର ପରେ ମଧ୍ୟ ଜିପିଏଲଏଫ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରୁନଥିବା, ଗୋବିନ୍ଦପୁର ପଞ୍ଚାୟତ ଅଣ୍ଢିଆ ଗ୍ରାମରେ ସଂରକ୍ଷିତ ସ୍ଥାନରେ ଅଙ୍ଗନୱାଡି ଗୃହ ନିର୍ମାଣ ନିମନ୍ତେ ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ପୁନଃ ବିଚାର କରିବା ଆଦି ବିଭିନ୍ନ ଅଭିଯୋଗ ଆସିଥିଲା । ଶିବିରରେ ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ଭବାନୀ ଶଙ୍କର ବେହେରା, ବ୍ଲକ କୃଷି ଅଧିକାରୀ ତୁଷାରକାନ୍ତ ପତି, ସହକାରୀ କୃଷି ଅଧିକାରୀ ସୁପ୍ରିୟା ମୁଦୁଲି, ବ୍ଲକ ଉଦ୍ୟାନ କୃଷି ଅଧିକାରୀ ପାୟଲ ଚୌଧୁରୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରକାଶ ସାହୁ, ବିଏଲସି ସଞ୍ଜୁଲତା ନାୟକ, ବ୍ଲକ ଯୋଗାଣ ଅଧିକାରୀ ଶ୍ରଦ୍ଧାଞ୍ଜଳୀ ମଲ୍ଲିକ, ବିପିସି ରଞ୍ଜନ କୁମାର ସ୍ୱାଇଁ, ଉଠା ଜଳ ସେଚନ ବିଭାଗର ସହକାରୀ ଯନ୍ତ୍ରୀ ସୁଧାଂଶୁ ଶେଖର କର, କନିଷ୍ଠ ଯନ୍ତ୍ରୀ ଭୀମସେନ ମଲ୍ଲିକ, ଡ୍ରେନେଜ ବିଭାଗର ସହକାରୀ ଯନ୍ତ୍ରୀ ଜ୍ଞାନଦତ୍ତ ରାଉଳଙ୍କ ସମେତ ସମସ୍ତ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ମାନେ ଉପସ୍ଥିତ ଥିଲେ । ଶିବିର ପରିଚାଳନାରେ ବ୍ଲକ କର୍ମଚାରୀ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ