ବୃତ୍ତି ପରୀକ୍ଷାରେ ମେରିଟ ୱାନ ହୋଇଛନ୍ତି କୁଜଙ୍ଗ ବ୍ଲକର ଆର୍ଯ୍ୟମାନ ମହାପାତ୍ର
କୁଜଙ୍ଗ,(ଭାଗବତ ପ୍ରସାଦ ): ସାମ୍ପ୍ରତିକ ସମୟରେ ପାଠ ପଢ଼ାରେ ଚାଲିଛି ପ୍ରତିଦ୍ବନ୍ଦିତା !ସରକାରୀ ବିଦ୍ୟାଳୟ ହେଉ ଅବା ବେସରକାରୀ ବିଦ୍ୟାଳୟ, ସବୁଠି ପାଠପଢାର ଚାଲେଞ୍ଜ ଦିନ ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି !ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ବି ଟକ୍କର ଲାଗୁଛି ମେରିଟ ପାଇଁ ! ନିକଟରେ ଶେଷ ହୋଇଥିବା ବୃତ୍ତି ପରୀକ୍ଷା ୨୦୨୪/୨୫ ରେ ମେରିଟ ୱାନ ନମ୍ବର ରେ ଉତ୍ତୀର୍ଣ୍ଣ ହୋଇ ଛନ୍ତି, ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅଧୀନ ତଥା ରାହାମା ସ୍ଥିତ ଡାଇନାମିକ ଇଂଲିଶ ମିଡ଼ିଅମ ସ୍କୁଲ ର ଛାତ୍ର ଆର୍ଯ୍ୟମାନ ମହାପାତ୍ର, ଯେ କି ପଞ୍ଚମ ଶ୍ରେଣୀରେ ଅଧ୍ୟୟନ ରତ !ଆର୍ଯ୍ୟମାନ ଙ୍କ ପିତା ବଡ଼ପାଳ ନିବାସୀ ଗୋପାଳ ଚନ୍ଦ୍ର ମହାପାତ୍ର ଓ ମାତା ସୁଜାତା ମହାପାତ୍ର, ପୁତ୍ରର ଗାରିମାରେ ବିହ୍ଵଳିତ ହୋଇ ଆଖପାଖ ସାଇପଡିଶାରେ ମିଠା ବଣ୍ଟନ କରିଥିବା ବେଳେ, ପୁଅ ପାଇଁ କୁଜଙ୍ଗ ବ୍ଲକ ଗୌରାବାନ୍ୱିତ ହୋଇଛି ବୋଲି ଆନନ୍ଦ ଗଦଗଦ ହୋଇ ଆମ ପ୍ରତିନିଧି ଙ୍କୁ ଜଣେଇଥିଲେ !ଅଧ୍ୟୟନ କରୁଥିବା ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଆର୍ଯ୍ୟମାନ ପରି ମେଧାବୀ ଛାତ୍ରକୁ ପଢ଼େଇଥିବାରୁ ନିଜର ଶ୍ରମ ସାର୍ଥକ ହୋଇଛି ବୋଲି ଖୁସୀ ହେବା ସହିତ ଭବିଷ୍ୟତ ଶିକ୍ଷାଜୀଵନ ପାଇଁ ଆଶୀର୍ବାଦ କରିଛନ୍ତି !ମେରିଟ ୱାନ ଘୋଷଣା ପରେ ଆର୍ଯ୍ୟମାନ ପାଖକୁ ସାଙ୍ଗ ସାଥି, ବନ୍ଧୁ ଓ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଠାରୁ ଢେର ସାରା ସୁଭେତ୍ସା ର ବାର୍ତ୍ତା ଆସୁଥିବାର ଜଣାଇଛନ୍ତି ଆର୍ଯ୍ୟମାନ ଙ୍କ ପିତା ଗୋପାଳ ମହାପାତ୍ର !ଚଳିତ ବର୍ଷ ଠାରୁ ଶିକ୍ଷାବୃତ୍ତି ପାଇବାକୁ ଯୋଗ୍ୟ ବିବେଜିତ ହୋଇ ଆର୍ଯ୍ୟମାନ ଆହୁରି ମନୋବଳ ଦୃଢ଼ କରି ପାଠ ପଢ଼ାରେ ଅଧିକରୁ ଅଧିକ ସମୟ ଉପଯୋଗ କରିବାକୁ କହିଛନ୍ତି !