ସେଣ୍ଟ ଜାଭିୟର୍ସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଉଦ୍ଘାଟିତ

କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):କେନ୍ଦୁଝର ସହରସ୍ଥିତ ନିଉ କଲୋନୀ ସ୍ଥିତ ସେଣ୍ଟ ଜାଭିୟର୍ସ ଗ୍ରୁପର ଏକ ନୂତନ ଯୁକ୍ତ ୨ ବିଜ୍ଞାନ ଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଉଦ୍ଘାଟିତ ହୋଇଯାଇଛି । ଏହି ଶିକ୍ଷାନୁଷ୍ଠାନରେ ଯୁକ୍ତ ଦୁଇ ବିଜ୍ଞାନ ପାଠ ପଢା ଚଳିତ ବର୍ଷରୁ ଆରମ୍ଭ ହୋଇଛି । ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଟି ଆବାସିକ ହୋଇଥିବାବେଳେ ଦିବାଧ୍ୟାୟୀ ଛାତ୍ରଛାତ୍ରୀ ପଢିବାର ବ୍ୟବସ୍ଥା ରହିଛି । ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପାଠ୍ୟ ଖସଡା ଅନୁଯାୟୀ ଯୁକ୍ତ ୨ ବିଜ୍ଞାନ ପାଠ ପଢା ହେବ । ସମସ୍ତ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ନୂତନ ବିଦ୍ୟାଳୟର ଆଜି ଶିକ୍ଷାଦାନ ଅବସରରେ ପୂଜାପାଠ ର ଆୟୋଜନ କରାଯାଇଥିଲା । ନୂତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୨୮ ଜଣ ଛାତ୍ରଛାତ୍ରୀ ପାଠ ପଢିବା ପାଇଁ ସିଏଚ୍ଏସ୍ଇ ଠାରୁ ଅନୁମତି ମିଳିଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଚେୟାରମ୍ୟାନ୍ ଇଂ ଦେବବ୍ରତ ବେହେରାଙ୍କ ପୁତ୍ର ବୈଭବ ବିକ୍ରାନ୍ତ ମୁଖ୍ୟ କର୍ତ୍ତା ଭାବେ ପୂଜାର୍ଚ୍ଚନା ରେ ଯୋଗଦାନ କରିଥିଲେ । ମୁଖ୍ୟ ଅତିଥି ରୂପେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ କୃଷକ ଚନ୍ଦ୍ରଶେଖର ବେହେରା ନୂତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଫିତା କାଟି ଉଦ୍ଘାଟନ କରିଥିଲେ । ଉକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଚେୟାରମ୍ୟାନ୍ ଇଂ ଦେବବ୍ରତ ବେହେରା ପ୍ରତିଦ୍ୱନ୍ଦିତାମୂଳକ ଯୁଗରେ ଗୁଣାତ୍ମକ ଶିକ୍ଷାଦାନ ଉପରେ ଗୁରୁତ୍ୱାରୋପ କରିବା ସହ ଛାତ୍ରଛାତ୍ରୀଙ୍କୁ ଉନ୍ନତମାନକ ଶୀତତାପ ନିୟନ୍ତ୍ରିତ ଶ୍ରେଣୀ ପ୍ରକୋଷ୍ଠ,ସ୍ମାର୍ଟ କ୍ଲାସ,ଉନ୍ନତମାନର ଶିକ୍ଷାଦାନ ଉପରେ ଗୁରୁତ୍ୱାରୋପ କରି କେବଳ କେନ୍ଦୁଝର ସହର ନୁହେଁ ସମଗ୍ର ରାଜ୍ୟରେ ସର୍ବଶ୍ରେଷ୍ଠ ଯୁକ୍ତ ୨ ବିଜ୍ଞାନ ପାଠପଢା ହେବ । ଏଠାରେ ଯୁକ୍ତ ୨ ବିଜ୍ଞାନ ପାଠ ପଢା ସହ ମେଧାବୀ ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରବେଶିକା ଶିକ୍ଷା(ଜେଇଇ,ନିଟ୍) ର ସୁବିଧା ରହିବ । ଅନୁଷ୍ଠାନର ଟ୍ରଷ୍ଟି ସୁସ୍ମିତା ବେହେରା ଶିକ୍ଷାର ବିକାଶ କିପରି ହୋଇପାରିବ ସେ ସଂପର୍କରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷା ନିବେଦିତା ମିଶ୍ର ଉନ୍ନତ ମାନର ବିଜ୍ଞାନ ଶିକ୍ଷା ଦ୍ୱାରା ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ କିପରି ଉଜ୍ୱଳମୟ ହୋଇପାରିବ ଏହା ଉପରେ ଗୁରୁତ୍ୱାରୋପ କରିଥିଲେ । ନୂତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଉପସଭାପତି କୀରନ ଭାରତୀଙ୍କ ସହଯୋଗ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ