ଅଙ୍ଗନଓ୍ବାଡ଼ି ପାଚେରୀ ନିର୍ମାଣ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଅଙ୍ଗନଓ୍ବାଡ଼ି କେନ୍ଦ୍ର ପାଚେରୀ ନିର୍ମାଣ କାମରେ ଦୁର୍ନୀତି ଅଭିଯୋଗ । ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ୍ ବଣ୍ଡଗୁଡ଼ା ଗ୍ରାମ ପଞ୍ଚାୟତର ଚଞ୍ଚଳା ସାହି ରୁ । ସୂଚନା ପ୍ରକାରେ ଏହି କାର୍ଯ୍ୟଟି ବିଭାଗୀୟ କାର୍ଯ୍ୟ ହୋଇଥିବା ବେଳେ ଚଞ୍ଚଳା ସାହି ଆଦର୍ଶ ଅଙ୍ଗନଓ୍ବାଡ଼ି କେନ୍ଦ୍ରର ପାଚେରୀ ନିର୍ମାଣ କାର୍ଯ୍ୟ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ନାମରେ କାର୍ଯ୍ୟାଦେଶ ରହିଛି । କିନ୍ତୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏହି କାମଟିକୁ ବଣ୍ଡଗୁଡ଼ା ଗ୍ରାମର ରବି ବିନ୍ଧାଣୀ ନାମକ ଜଣେ ବ୍ୟକ୍ତିଙ୍କୁ ତଦାରଖ କରିବା ପାଇଁ କହି ଅନୁପସ୍ଥିତ ଅଛନ୍ତି । ସେପଟେ ରବି ବିନ୍ଧାଣୀ ନିଜ ମନ ମୁତାବକ ନିମ୍ନ ମାନର କାମ କରୁଥିବା ଅଭିଯୋଗ କରିଛନ୍ତି ଗାଁ ସଭାପତି କବିରାଜ ଭୋଇ, ପୂର୍ବତନ ସରପଞ୍ଚ ଲମ୍ବୁରା ପ୍ରଧାନ ଓ ଗ୍ରାମବାସୀ । ଗାଁ ର ସ୍ବାର୍ଥ ଦୃଷ୍ଟିରୁ ଏହାର ଉପଯୁକ୍ତ ତଦନ୍ତ କରାଯିବା ସହ ଭଲ କାମ କରିବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ । ଘଟଣା ସମ୍ପର୍କରେ କ.ନୂଆଗାଁ ବିଡ଼ିଓଙ୍କ ନିକଟକୁ ଆମ ପ୍ରତିନିଧି ଯାଇଥିଲେ ମଧ୍ୟ କାର୍ଯ୍ୟାଳୟ ପରିସରକୁ ଯିବାକୁ ଅନୁମତି ଦେଇନଥିବା ସହ  କିଛି କହିବାକୁ ମନା କରିଦେଇଛନ୍ତି ବିଡ଼ିଓ ମନୋଜ ତ୍ରିପାଠୀ । ଅନ୍ୟପଟେ ଆମେ ଆମ ନିର୍ବାହୀ ଯନ୍ତ୍ରୀଙ୍କୁ ପଠାଇ ଘଟଣାର ତଦନ୍ତ କରିବୁ ବୋଲି ମୌଖିକରେ କହିଛନ୍ତି । ଏଠି ପ୍ରଶ୍ନ ଉଠୁଛି ସରକାରୀ କାର୍ଯ୍ୟରେ ସରକାରୀ ବାବୁଙ୍କ ଅନୁପସ୍ଥିତିରେ କିଭଳି କାମ ହେଉଛି? ସରକାରୀ ବାବୁ ସ୍ଥାନୀୟ କିଛି ଲୋକଙ୍କ ହାତରେ ଦାୟିତ୍ବ ଦେଇ କିଭଳି ନିଶ୍ଚିନ୍ତରେ ରହିଯାଉଛନ୍ତି । ଯାହାଫଳରେ ସରକାରଙ୍କ ଉନ୍ନୟନ କାମ ଠିକ୍ ଭାବରେ ହୋଇପାରୁନାହିଁ ଏବଂ ସରକାରୀ ବାବୁ ସ୍ଥାନୀୟ ଅସାମାଜିକ ଲୋକଙ୍କ ସହ ମିଳିମିଶି ନିମ୍ନ ମାନର କାମ କରି ବଳକା ଅର୍ଥ ଚଳୁ କରିବାକୁ ଯୋଜନା କରୁଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ