ଅବକାରୀ ବିଭାଗର ଚଢାଉ , ମଦ ୨ଟି ବାଇକ ଜବତ, ୪ ଗିରଫ
ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ବୁଧବାର ବନ୍ତ ବ୍ଲକର ୪ଟି ସ୍ଥାନରେ ଭଦ୍ରକ ଜିଲା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୬୦ ଲି. ଦେଶୀ, ୨୦୦ ଲି. ଆସ୍କା ୪୦ ଏବଂ ୬୭ ବୋତଲ ବିଦେଶୀ ମଦ ସହ ୨ଟି ବାଇକ ଜବତ କରାଯାଇଛି । ଏଥିରେ ସଂପୃକ୍ତ ୪ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ମଧ୍ୟରେ ରାମୃଷ୍ଣପୁରର ଆଲୋକ ଦାସ, କଣ୍ଟିଲୋର ବିଜୟ ନାୟକ, ଆଡିଆର ଧନେଶ୍ୱର ଦାସ, ଟିଲୋର ଅନିରୁଦ୍ଧ ଧଳ ପ୍ରମୁଖ ଅଛନ୍ତି । ନିର୍ବାଚନ ପରିପେକ୍ଷୀ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ଏଥିନେଇ ଅବକାରୀ ବିଭାଗ ପକ୍ଷରୁ ୪ଟି ମାମଲା ରୁଜ୍ଜୁ କରାଯାଇଛି । ଏହି ଚଢାଉରେ ଅବକାରୀ ବିଭାଗର ଇନ୍ସପେକ୍ଟର ଧନେଶ୍ୱର ବରାଦ, ଦୀଲିପ କୁମାର ପଲେଇ, ଏସ.ଆଇ. ଜ୍ୟୋର୍ତିମୟୀ ପଟେଲ, ସ୍ପନ୍ଦନ କୁମାର ମହାନ୍ତି, ଏ.ଏସ୍.ଆଇ ପୁରୁଷୋତ୍ତମ ମଲ୍ଲିକ, ରାଧାନାଥ ନାୟକ, ଦୀପକ କୁମାର ରାଉତ, ପରେଶ ଚନ୍ଦ୍ର ଟୁୁଡୁ, ମୂରଲୀ ପ୍ରଧାନ, ଭବେଶ ଦାସ, ପ୍ରଦୀପ ମଲ୍ଲିକ, ଯମୁନା ଜେନା, ସନ୍ଧ୍ୟାରାଣୀ ସେନାପତି ସାମିଲ ଥିଲେ ।