ଅର୍ନ୍ତଜାତୀୟ ୟୁଥ ଆଇକନ ଆୱାର୍ଡ ପାଇଲେ ମନସ୍ୱିନୀ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ସୁର୍ଯ୍ୟଦୋୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ସାହିତ୍ୟ, କଳା ଓ ସଂସ୍କୃତିକୁ ନେଇ ଆୟୋଜିତ ଅର୍ନ୍ତଜାତୀୟ ୟୁଥ ଆଇକନ ଆୱାର୍ଡ – ୨୦୨୦ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗୀତାରେ ୩୮ଟି ଦେଶର ଗାଳ୍ପିକ, କବି ଓ ନାଟ୍ୟକାରମାନେ ଅଂଶଗ୍ରହଣ କରିଥିଲେ । ପିଲାଟି ଦିନରୁ ସାରସ୍ୱତ ସାଧନାରେ ବ୍ରତୀଥିବା ଯୁବ କବୟତ୍ରୀ ମନସ୍ୱିନୀ ମିଶ୍ର ଭାରତ ତାଲିକାରେ ୨୭ତମ ସ୍ଥାନ ଅଧିକାର କରି ୟୁଥ ଆଇକନ ଆୱାର୍ଡ – ୨୦୨୦ ପାଇବା ସହିତ ଅର୍ନ୍ତଜାତୀୟ ସାରସ୍ୱତ କ୍ଷେତ୍ରରେ ଏକ ନୂତନ କୀର୍ତ୍ତିସ୍ତମ୍ବ ସ୍ଥାପନ କରିଛନ୍ତି । ବହୁତ କମ ବୟସରେ ମନସ୍ୱିନୀଙ୍କ ସାରସ୍ୱତ ସାଧନାର ରୂପ ସମସ୍ତଙ୍କୁ ସ୍ତମ୍ଭିଭୂତ କରିଦେଇଛି । ଏହି ଯୁବ ପ୍ରତିଭା ଜଣକ ଓଡିଆ କବିତା ସମ୍ପର୍କ, ସ୍ୱାଧୀନତା, ଚୋରାବାଲି ଓ ପାଦଚିହ୍ନ ସମେତ ଇଂରାଜୀ କବିତା ପରସୋନାଲଟି, ଏଜୁକେଶନ, ହ୍ୟୁମାନିଟି ପ୍ରଭୃତି ଅନେକ ଗୁଡିଏ କବିତା ରଚନା କରିବା ସହିତ ବିଭିନ୍ନ କବି ସମ୍ମିଳନୀରେ ମଧ୍ୟ ଯୋଗଦେଇଛନ୍ତି । ମନସ୍ୱିନୀଙ୍କ ଏହି ସଫଳତା କେନ୍ଦ୍ରାପଡା ଜିଲ୍ଲା ପାଇଁ ଗର୍ବ ଓ ଗୈାରବ ଆଣିଦେଇଛି । ଏଥିପାଇଁ ତାଙ୍କୁ ଜିଲ୍ଲା ଓ ଜିଲ୍ଲା ବାହାରର ବିଭିନ୍ନ ସ୍ଥାନରୁ ଶୁଭେଛା ଓ ଅଭିନନ୍ଦନର ସୁଅ ଛୁଟୁଥିବା ବେଳେ ରାଜ୍ୟର ପ୍ରତିଷ୍ଠିତ କବି ଓ ସାହିତ୍ୟିକମାନେ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଅର୍ନ୍ତଜାତୀୟ ୟୁଥ ଆଇକନ ଆୱାର୍ଡ -୨୦୨୦ର ଆୟୋଜନ କରି ଏହି ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବାକୁ ସୁଯୋଗ ଦେଇଥିବା ସୂର୍ଯ୍ୟଦୋୟ ଲିଟେରାରୀ ଫାଉଣ୍ଡେସନର ସମ୍ପାଦକ ମନୋଜ ପଣ୍ଡା, ସହ ସମ୍ପାଦକ ଦିପକ ସ୍ୱାଇଁ, ଉପଦେଷ୍ଟା ରୋହିଣୀ ବେହେରା ପ୍ରମୁଖଙ୍କୁ ଯୁବ ପ୍ରତିଭା ତଥା ଅର୍ନ୍ତଜାତୀୟ ୟୁଥ ଆଇକନ ଆୱାର୍ଡ – ୨୦୨୦ରେ ସମ୍ମାନୀତା ମନସ୍ୱିନୀ କୃତଜ୍ଞତା ଅର୍ପଣ କରିଛନ୍ତି । ସଂପ୍ରତି ମନସ୍ୱିନୀ ରାଜକନିକା ବ୍ଲକର ସିକୋସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଗୁରୁମା ଭାବରେ କାର୍ଯ୍ୟରତ ଥିବା ବେଳେ ସେ ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ଜଣେ ପ୍ରତିବଦ୍ଧ ସଦସ୍ୟା ଅଟନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ