ଅଶୋକ ମେମୋରିଆଲ ଭଲିବଲ ଟୁର୍ନାମେଣ୍ଟ ଉଦଘାଟିତ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗ୍ରାମାଞ୍ଚଳ କ୍ରୀଡା ମଧ୍ୟରେ ଭଲିବଲ ଭଳି ଖେଳ କୁ ଲୋକାଭିମୁଖୀ କରାଇବାରେ ଅହରହ ଉଦ୍ୟମ କରୁଥିବା ପ୍ରାକ୍ତନ ଯୁବ ଖେଳାଳି ସ୍ୱର୍ଗତ ଅଶୋକ ପାତ୍ର ଙ୍କ ସ୍ମୃତି ରେ ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡ଼ି ଗ୍ରାମପଞ୍ଚାୟତ ଡେଙ୍ଗାଡି ଠାରେ ଦ୍ଵିତୀୟ ଅଶୋକ ମେମୋରିଆଲ ଭଲିବଲ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି I ସମାଜସେବୀ ରଂଜିତ କୁମାର ପଣ୍ଡା ଙ୍କ ଦ୍ୱାରା ଉଦଘାଟନ ହୋଇଥିବାବେଳେ ଆୟୋଜିତ କାର୍ଯ୍ୟକ୍ରମ ରେ କାଳୁଚରଣ ସେଠି ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଗ୍ରାମାଞ୍ଚଳ ରେ ଯୁବକ ମାନଙ୍କୁ ଏକତ୍ରିତ କରି ଭଳିବଲ ଖେଳ ରେ ନିଜର ଦକ୍ଷତା କୁ ପ୍ରତିପାଦତା କରିବାକୁ ଯେଉଁ ଉଦ୍ୟମ କରୁଥିଲେ ତାହାର ସ୍ମୃତି ଚାରଣ କରୁଥିଲେ I ଅନ୍ୟମାନଙ୍କ ମଧ୍ୟରେ ରାମାନୁଜ ପାଠାଗାର ର ସଭାପତି ଗୌରୀ ଶଙ୍କର ସ୍ୱାଇଁ, ସମ୍ପାଦକ ବିଦ୍ୟାଧର ପ୍ରଧାନ, ଉଦ୍ଘାଟନୀ ସଭା ପରିଚାଳନା କରିଥିବା ବେଳେ I ଉଦ୍ଘାଟନୀ ମ୍ୟାଚ ରେ ଗୋଠଗାଁ ଓ ଉସ୍ତା ଜଗନ୍ନାଥ ପୁର ମଧ୍ୟରେ ମ୍ୟାଚ ଖେଳାଯାଇଛି I ଆଜିର ମ୍ୟାଚ ର ରିଫେରି ଦାୟିତ୍ୱ ନାରାୟଣ ପ୍ରଧାନ ତୁଲାଇଥିବା ବେଳେ ଆୟୋଜକ ମଣ୍ଡଳୀ ତରଫରୁ ଅଜିତ ପାଢ଼ୀ, ମୋହନ ଲେଙ୍କା, ବୁଦ୍ଧଦେବ ସ୍ୱାଇଁ, ଜ୍ୟୋତି ରଞ୍ଜନ ପାତ୍ର, ରାଜା ସ୍ୱାଇଁ,ସତ୍ୟବାଦୀ ପ୍ରଧାନ,ବିଦେଶୀ ସାହୁ ପବିତ୍ର ମୋହନ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ