୮ଦଫା ଦାବି ନେଇ ଜିଲ୍ଲାପାଳ ଅଫିସ ଆଗରେ ଗର୍ଜିଲେ ଅଙ୍ଗନବାଡ଼ି କର୍ମୀ
ଛତ୍ରପୁର, (ଦେବଦତ୍ତ ମହାରଣା):୮ଦଫା ଦାବି ନେଇ ପୁଣିଥରେ ଗଞ୍ଜାମ ଜିଲ୍ଲାପାଳ ଅଫିସ ଆଗରେ ଗର୍ଜିଲେ ଅଙ୍ଗନବାଡ଼ି କର୍ମୀ । ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ଲକରେ କାର୍ଯ୍ୟରତ ଅଙ୍ଗନୱାଡ଼ି କର୍ମଚାରୀମାନେ ଭାରତୀୟ ମଜଦୂର ସଂଘ ସହାୟତାରେ ଛତ୍ରପୁର ସହରରେ ବିଶାଳ ପ୍ରତିବାଦ ଶୋଭଯାତ୍ରା କରିଛନ୍ତି। ବିଭିନ୍ନ ଦାବି ଲିଖିତ ପ୍ଲା କାର୍ଡ ସାଙ୍ଗକୁ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ। ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସେମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୮ଦଫା ସମ୍ବଳିତ ଏକ ଦାବିପତ୍ର କରିଛନ୍ତି । ପ୍ରମୁଖ ଦାବି ମଧ୍ୟରେ ମାସକୁ ୧୮ ହଜାର ଟଙ୍କା ଦରମା, ଅବସର ବେଳେ ୫ ଲକ୍ଷ ଗ୍ରାଚ୍ୟୁଟି ଓ ମାସିକ ୫ ହଜାର ଟଙ୍କା ଦେବାକୁ ସେମାନେ ଦାବି କରିଛନ୍ତି। ଏହା ସହିତ ଗ୍ରାମ କଲ୍ୟାଣ ସମିତି ଅଧୀନରୁ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ ମୁକ୍ତ କରିବାକୁ ସେମାନେ ଦାବି କରିଛନ୍ତି l ଆଗାମି ସେମାନଙ୍କ ଦାବି ପୂରଣ ନହେଲେ ବାଧ୍ୟ ହୋଇ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସେମାନେ ଚେତାବନି ଦେଇଛନ୍ତି।


