ଆହତ ତୀର୍ଥଯାତ୍ରୀଙ୍କୁ ଭେଟିଲେ ଏନଏସି ଉପାଧ୍ୟକ୍ଷ ଓ କାଉନସିଲର ମାନେ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନିକଟରେ ଭାରସାମ୍ୟ ହରାଇ ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୨୫ ଜଣ ଆହତ ହୋଇଛନ୍ତି । ତୀର୍ଥଯାତ୍ରୀ ବସ ପୁରୀରୁ ତାମିଲନାଡୁ ଫେରୁଥିଲା। ଆହତ ମାନଙ୍କୁ ଛତ୍ରପୁର ହସ୍ପିଟାଲରେ ଛତ୍ରପୁର ଏନଏସି ଉପାଧ୍ୟାକ୍ଷ ଜି. ପାପା ରାଓ, 8ନଂ ୱାର୍ଡ କାଉନସିଲର କେ. ରମେଶ, 10ନଂ ୱାର୍ଡ କାଉନସିଲର ଦେବାଶିଷ ମିଶ୍ର, ପୂର୍ବତନ ଏନଏସି ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ପୂର୍ବତନ କାଉନସିଲର ତଥା ବିଜେଡ଼ି ନଗର ସଭାପତି ବି. ରଜୁବାବୁ, ଡିଜିଟାଲ ସେକ୍ରେଟାରୀ ସନମୁଖ ପଟ୍ଟନାୟକ, ମିଟୁ ସେଠି ପ୍ରମୁଖ ଭେଟିବା ସହ ଫଳ ବଣ୍ଟନ କରିଥିଲେ l ଏହାସହିତ ଡାକ୍ତରଙ୍କ ସହ କଥା ହୋଇ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ପରେ ନୂତନ ବସଷ୍ଟାଣ୍ଡ ଠାରେ ରହିଥିବା ଅନ୍ୟତୀର୍ଥ ଯାତ୍ରୀ ମାନଙ୍କୁ ସମସ୍ତେ ଭେଟି ସେମାନଙ୍କ ସୁବିଧା ଓ ଅସୁବିଧା କଥା ପଚାରିବୁଝିଥିଲେ l ସୂଚନା ଯୋଗ୍ୟ ଯେ ଦୁର୍ଘଟଣାଗ୍ରସ୍ତ ବସକୁ ରମ୍ଭା ଠାରୁ ଛତ୍ରପୁର ବସଷ୍ଟାଣ୍ଡକୁ ଅଣାଯାଇଛି। ଏଠାରେ ତାମିଲନାଡୁର ଅନ୍ୟ ତୀର୍ଥଯାତ୍ରୀଙ୍କୁ ରହିବା ଓ ଖାଇବା ବ୍ୟବସ୍ଥା ଜ଼ିଲା ପ୍ରଶାସନ ପକ୍ଷରୁ କରାଯାଇଛି ।


