ଉପରବେଡାରେ ତୁଳସୀ ପୂଜନ କାର୍ଯ୍ୟକ୍ରମ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ଭାରତୀୟ ସଂସ୍କୃତିରେ ତୁଳସୀର ସ୍ଥାନ ପବିତ୍ର ଓ ମହତ୍ୱପୂର୍ଣ୍ଣ ।ତୁଳସୀ ପୂଜନ,ସେବନ ଓ ରୋପଣ ଦ୍ବାରା ଆରୋଗ୍ୟତା ଓ ଆର୍ଥିକ ଲାଭ ସହିତ ଆଧ୍ୟାତ୍ମିକ ଲାଭ ହୋଇଥାଏ ।ତୁଳସୀ ପୂଜନ‌ଦ୍ବାରା ବୁଦ୍ଧି,ମନୋବଳ, ଚରିତ୍ର ବଳ, ଆରୋଗ୍ୟ ବଳ, ଆଧ୍ୟାତ୍ମିକ ବଳ ବୃଦ୍ଧି ପାଇଥାଏ । ତୁଳସୀ ପୂଜନ ଯୋଗୁଁ ମନୋବଳ ବୃଦ୍ଧି ହେତୁରୁ ଯୁବ ଗୋଷ୍ଠୀ ଅବସାଦ,ମାଦକ ଦ୍ରବ୍ୟ, ଆତ୍ମହତ୍ୟା ଆଦିରୁ ରକ୍ଷା ପାଇଥାନ୍ତି ।ସ୍କନ୍ଦ ପୁରାଣରେ ଅଛି ‘ଯେଉଁ ଘରେ ତୁଳସୀ ବଗିଚା ଥାଏ ଓ ପୂଜନ ହୁଏ ସେଠାରେ ଯମ ଦୂତ ପ୍ରବେଶ କରନ୍ତି ନାହିଁ ।କିନ୍ତୁ ଆଧୁନିକ ଯୁବ ସମାଜ ଭାରତୀୟ ସଂସ୍କୃତି ଛାଡି ପାଶ୍ଚାତ୍ୟ ସଭ୍ୟତା ଆପଣେଇ ଡିସେମ୍ବର ୨୫ ରୁ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ମଦ ଆଦି ନିଶାଦ୍ରବ୍ୟ ସେବନ,ଆତ୍ମହତ୍ୟା ପରି ଘଟଣା,ଯୁଵାଧନର ସତ୍ଯାନାଶ , ଅସାମାଜିକ କର୍ମ, ଓ ଅବାଞ୍ଛନୀୟ କର୍ମରେ ଲିପ୍ତ ରହୁଛନ୍ତି । ସେଥିପାଇଁ ବିଶ୍ବ ମାନବ ସମାଜର ମଙ୍ଗଳ ଓ କଲ୍ୟାଣ ନିମନ୍ତେ ସନ୍ଥ ଶ୍ରୀ ଆଶାରାମ ବାପୁ :” ଡିସେମ୍ବର ୨୫ ରୁ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ‘ତୁଳସୀ ପୂଜନ,ଗୋ ପୂଜନ, ଯଜ୍ଞ,ଜପମାଳା କାର୍ଯ୍ୟକ୍ରମ କରିବା ପାଇଁ ଏବଂ ସମାଜରେ ଆଧ୍ୟାତ୍ମିକ ଦିଗ ଦର୍ଶନ,ପରିବେଶ ସୃଷ୍ଟି କରିବା,ସୁସ୍ଥ ଓ ନିରୋଗ ଜୀବନ ଯାପନ ପାଇଁ ଆହ୍ବାନ ଦେଇଛନ୍ତି ।ତାଙ୍କରି ଆହ୍ଵାନରେ ଶ୍ରୀ ଯୋଗ ବେଦାନ୍ତ ସମିତି,ଭୂବନେଶ୍ବର ରାଜ୍ୟ କାର୍ଯ୍ୟାଳୟ ତରଫରୁ ମହାମହିମ ରାଷ୍ଟ୍ରପତିଙ୍କ ଗ୍ରାମ ପାହାଡପୁରସ୍ଥ ତାଙ୍କ ଦ୍ବାରା ସ୍ଥାପିତ ଏସଏଲସି ବିଦ୍ୟାଳୟ ପରିସରରେ ଏବଂ ଉପରବେଡା କମଳା ବିମଳା ଉଚ୍ଚ ବିଦ୍ୟାଳୟରେ ମହାସମାରୋହରେ ତୁଳସୀ ପୂଜନ କାର୍ଯ୍ୟକ୍ରମ ଶନିବାର ଦିନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏସଏଲସି ବିଦ୍ୟାଳୟ ରେ ଶ୍ରୀ ଯୋଗଵେଦାନ୍ତ ସମିତି ରାଜ୍ୟ ପ୍ରଭାରୀ ଶୈଳେନ୍ଦ୍ର ନାରାୟଣ ସେନାପତି, ମୁଖ୍ୟ ଅତିଥି ଶିକ୍ଷକ ସଂଜୟ ସିଂ, ଶିକ୍ଷୟତ୍ରୀ ଵୀଣାରାମ ପ୍ରମୁଖ ଯୋଗଦେଇ ଯୁବ ସମାଜ ଓ ବିଦ୍ୟାର୍ଥୀ ଭାରତୀୟ ସଂସ୍କୃତି ଆପଣେଇ ଗୁରୁ ଭକ୍ତି,ମାତୃପିତୃ ପୂଜନ,ତୁଳସୀ ପୂଜନ,ଗୀତାପଠନ , କଠିନ ପରିଶ୍ରମ,ସତ୍ୟ ବଚନ, ଅଧ୍ୟବସାୟ କଲେ ସମାଜରେ ଭଲ ମଣିଷ ହେବା ସହ ସୁସ୍ଥ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇପାରିବ ।ପରେ ଅନୁଷ୍ଠାନ ତରଫରୁ ତୁଳସୀ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଅପରାହ୍ନରେ ଉପରଵେଡା ବିଦ୍ୟାଳୟ ପଡିଆରେ ସତସଙ୍ଗ ଏବଂ ତୁଳସୀ ପୂଜନ‌ କାର୍ଯ୍ୟକ୍ରମ ମହାସମାରୋହ ଭକ୍ତିପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତିଙ୍କ ଆଦ୍ଯଗୁରୁ ବସନ୍ତ ଗିରି, ଶିକ୍ଷକ / ସହପାଠୀ ଯୋଗେଶ୍ୱର ଗିରି,ସାଧୁ ଓମକାରଜୀ ପ୍ରଭୂ ଯୋଗଦେଇ ଭାରତୀୟ ସଂସ୍କୃତିରେ ତୁଳସୀରେ ମାହାତ୍ମ୍ୟ କଥା ବର୍ଣ୍ଣନା କରିଥିଲେ ।ତୁଳସୀ ବୃକ୍ଷରେ ସବୁ ଦେବାଦେବୀ ରହିଥାନ୍ତି ।ତୁଳସୀ ଗଛ ଲଗାଇଲେ ସୁଖ ଓ ସୌଭାଗ୍ୟ ବୃଦ୍ଧି ହୁଏ ।ତୁଳସୀ ଏକ ଅଦ୍ଭୁତ ଔଷଧୀୟ,ଯାହା ରକ୍ତ ଚାପ ଓ ପାଚନତନ୍ତ୍ର ନିର୍ମଳ,ରକ୍ତ କଣିକା ଵୃଦ୍ଧି ଏବଂ ମାନସିକ ରୋଗର ଅତ୍ୟନ୍ତ ଲାଭକାରୀ ।ତାପରେ ଆଶ୍ରମର ସାଧକ ଭାଇ ଭଉଣୀ ବିଦ୍ୟାର୍ଥୀ ଓ ଆଖପାଖ ୫ ଖଣ୍ଡ ଗ୍ରାମରୁ ଆସିଥିବା ଶ୍ରଦ୍ଧାଳୁମାନଙ୍କୁ ତୁଳସୀ ପୂଜନ ବିଧି ଶିଖାଇବା ସହ ପୂଜାର୍ଚ୍ଚନା କରିଥିଲେ ।ସମଗ୍ର ପାହାଡପୁର ଏବଂ ଉପରବେଡା ଗାଁ ରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।ସମସ୍ତ ଗ୍ରାମବାସୀଙ୍କୁ ଶ୍ରୀ ଯୋଗ ବେଦାନ୍ତ ସମିତି ତରଫରୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା । ଗ୍ରାମବାସୀ ଏକ ସୁସ୍ଥ ଆଧ୍ୟାତ୍ମିକ ମନ ନେଇ ଘରକୁ ଫେରିବା ହଁ ପୁନର୍ବାର ଏଭଳି ସତସଙ୍ଗ କାର୍ଯ୍ୟକ୍ରମ ହେଉ ବୋଲି ଶ୍ରୀ ଯୋଗ ବେଦାନ୍ତ ସମିତି କାର୍ଯ୍ୟକର୍ତ୍ତା ଙ୍କୁ ଅନୁରୋଧ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ