ଏକସିଙ୍ଗି ପଂଚାୟତରେ ସାତଦିନିଆ ସଟ ଡାଉନ ଘୋଷଣା କଲେ ସରପଞ୍ଚ

ଚିକିଟି, (କୁରେଶୁ ସାହୁ):ଗୋଟିଏ ଦିନରେ ଚିକିଟି ବ୍ଲକର ଏକସିଙ୍ଗି ପଂଚାୟତର ଦୁଇଟି ଗ୍ରାମରେ ଦଶ ଜଣ କରୋନା ସଂକ୍ରମିତ ଚିନ୍ହଟ ହେବାପରେ ଏକସିଙ୍ଗି ଗ୍ରାମ ପଂଚାୟତ ସରପଞ୍ଚ ସୁଧାକର ରେଡି ଅଧିକ ସଂକ୍ରମଣ ଆଶଙ୍କା କରି ଚିକିଟି ତହସିଲଦାର ହରପ୍ରସାଦ ଭୋଇଙ୍କ ଉପସ୍ଥିତରେ ଆଜି ଠାରୁ ସାତଦିନ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି l ଏହି ସମୟ ଅବଧି ଭିତରେ ପଂଚାୟତ ଲୋକ ସରକାରଙ୍କ କୋଭିଡ ନିୟମ ପାଳନ କରିବା, ବାହାରକୁ ନ ଯିବା, ବାହାର ଲୋକଙ୍କୁ ଗ୍ରାମ ଭିତରକୁ ପୁରାଇ ନ ଦେବା ପାଇଁ ଅନୁରୋଧ କରିଛନ୍ତି l ଗ୍ରାମ ପଥ ସିଲ କରିବା, କଣ୍ଟାକ୍ଟ ଟ୍ରେସିଂ, ସାନିଟାଇଜ, ଓ ଲୋକଙ୍କ ଅତ୍ୟାବସକ ସାମଗ୍ରୀ ଘର ନିକଟରେ ପହଁଚିବା ବ୍ୟବସ୍ଥା କରିବା ପାଇଁ ପ୍ରଶାସନ ସହ ଆଲୋଚନା କରିଛନ୍ତିl l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ