ପୂର୍ତ ବିଭାଗର ବିଚିତ୍ର ନୀତି କେତେବେଳେ ରାସ୍ତାକୁ ଖୋଳି ଦେଉଛନ୍ତି ତ କେତେବେଳେ ପୋତା
ନାଉଗାଁ,(ଯୁଗାବ୍ଦ ନ୍ୟୁଜ) : ପୂର୍ତ ବିଭାଗର ଜଗତସିଂହପୁର ବିଭାଜନ ଅଧିନ ନାଉଗାଁ ବ୍ଲକରେ ମନମୁଖୀ କାର୍ଯ୍ୟ ଚାଲିଛି । ରାସ୍ତାର ପାଶ୍ୱର୍କୁ ସଂପ୍ରସାରଣ ପାଇଁ ଖୋଳି ଦେଉଥିବା ବେଳେ ଦିର୍ଘ ଦିନ ପରେ ପୁଣି ପୋତି ଦେଉଥିବା ଅଭିଯୋଗ ହେଉଛି । ସୂଚନା ମୁତାବକ ନାଉଗାଁରୁ ଅରଖକୁଦ ରାସ୍ତାର ନାଉଗାଁ ଥାନା ସମ୍ମୁଖରେ ରାସ୍ତା ସଂପ୍ରସାରଣ ପାଇଁ ପାଖାପାଖି ୫୦ଫୁଟରୁ ଉର୍ଦ୍ଧ ଲମ୍ବ ଦିର୍ଘ ମାସ ତଳେ ଖୋଳା ହୋଇ ପଡି ରହିଥିଲା । କୌଣସି କାରଣବସତଃ ଉକ୍ତ ରାସ୍ତା ସଂପ୍ରସାରଣ ନ ହୋଇ ପଡି ରହିଥିଲା । ଦିର୍ଘ ମାସ ପର୍ଯ୍ୟନ୍ତ ରାସ୍ତ ଖୋଳା ହୋଇ ପଡି ରହିଥିବାରୁ ଉକ୍ତ ଖାଲ ଉପରେ ଅନାବନା ଘାସ ମାଡି ଯାଇଥିଲା । ଏପରିକି ଅନାବନା ଘାସ ମାଡି ଯିବା ହେତୁ ରାସ୍ତା ସହିତ ସମାନ ହୋଇଯାଇଥିଲା । ଯାହାଫଳରେ ରାସ୍ତାରେ ଯାତାୟତ କରୁଥିବା ଜନସାଧାରଣମାନେ ରାସ୍ତା ଜାଣି ନପାରି ଗାତରେ ପଡି ଦୁର୍ଘଟଣାର ସମ୍ମୁଖୀନ ହେଉଥିଲେ । କୌଣସି ସୂତ୍ରରୁ ବିଭାଗୀୟ ଅଧିକାରୀମାନେ ଖବର ପାଇଁ ଉକ୍ତ ଗାତରେ ମାଟି ପକାଇ ରାସ୍ତାକୁ ସମାନ କରାଯାଇଥିବା ଦେଖାଯାଇଛି । ସେହପରି ରୋହିଆ-ଅରଖକୁଦ ରାସ୍ତା ସଂପ୍ରସାରଣ କରାଯିବା ପାଇଁ ରାସ୍ତା ପାଶ୍ୱର୍ ଖୋଳା ହୋଇଥିଲା । ହେଲେ ରାସ୍ତା ରାସ୍ତାକୁ ସଂପ୍ରସାରଣ କରା ନଯାଇ ଉକ୍ତ ଖାଲରେ ମାଟି ପକାଇ ସମାନ କରିବାକୁ ବିଭାଗ ପକ୍ଷରୁ କୁହାଯାଇଥିବା ଜଣାଯାଇଛି । ଅନ୍ୟପଟରେ ଉକ୍ତ ରାସ୍ତାର ପାଶ୍ୱର୍କୁ କାହା ନିର୍ଦ୍ଦେଶରେ ଖୋଳା ଯାଇ ଦିର୍ଘ ମାସ ପରେ ପୂର୍ଣ୍ଣବାର ପୋତା ଯାଉଛି । ଯଦି ଉକ୍ତ ରାସ୍ତାରେ କୌଣସି ଦୁର୍ଘଟଣା ଘଟି ଜୀବନ ହାନି ଘଟିଥାନ୍ତା ଏଥିପାଇଁ କିଏ ଦାୟୀ ରହିଥାନ୍ତେ ବୋଲି ସାଧାରଣରେ ଦାବି ହେବା ସହିତ ତାହା ତଦନ୍ତ ସାପେକ୍ଷ ବୋଲି ଦାବି ହୋଇଛି । ଏ ସଂର୍ପକରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଇଂ. ରମେଶ ମିଶ୍ରଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଠା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନଥିବା ବେଳେ ଏସଡିଓ ଇଂ. ମନ୍ତୋଷ ମହପାତ୍ରଙ୍କୁ ପଚାରିବାରୁ ମୋର ଦେହ ଅସୁସ୍ଥ ହେତୁ ଛୁଟିରେ ଥିବା କହିଥିଲେ । ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।


