ଓଡିଶୀ ସଙ୍ଗୀତ,ନାଟକ ଓ ରଙ୍ଗମଞ୍ଚର ପ୍ରଥମେ ଆରମ୍ଭ କରିଥିବା ଗଜପତି ଜିଲ୍ଲା ସରକାରଙ୍କ ଦ୍ୱାରା ଉପେକ୍ଷିତ:ପାରଳା ବିଧାୟକ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ସମଗ୍ର ଓଡିଶାରେ ସଙ୍ଗୀତ,ନାଟକ ଓ ରଙ୍ଗମଞ୍ଚ ପ୍ରଥମକରି ସୃଷ୍ଟି କରି ଖ୍ୟାତ ଅର୍ଜନ କରିଥିବା ପାରଳାମାଟି ତଥା ଗଜପତି ଜିଲ୍ଲା ରାଜ୍ୟ ସରକାରଙ୍କ ଦ୍ୱାରା ଉପେକ୍ଷିତ ହୋଇଆସୁଛି ବୋଲି ପାରଳା ବିଧାୟକ କେ.ନାରାୟଣ ରାଓ ଅଭିଯୋଗ କରିଛନ୍ତି । ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନରେ ଥିବା ଓଡିଶା ସଙ୍ଗୀତ ନାଟକ ଏକାଡେମୀର ନୂତନ ପରିଷଦ ଆଗାମୀ ୩ ବର୍ଷ ପାଇଁ ଗଠନ ହୋଇଛି । ଏଥିରେ ଓଡିଶାର ସବୁ ଜିଲ୍ଲାରୁ ୩୨ ଜଣଙ୍କୁ ଚୟନ ହୋଇଛି । ତେବେ ଗଜପତି ଜିଲ୍ଲାରୁ କାହାକୁ ଏଥିରେ ସାମିଲ କରାଯାଇନାହିଁ । ଏ ନେଇ ପାରଳା ବିଧାୟକ କେ.ନାରାୟଣ ରାଓ ଗଜପତିକୁ ଉପେକ୍ଷିତ କରିଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି । ଓଡିଶୀ ସଙ୍ଗୀତର ପ୍ରାଣକେନ୍ଦ୍ର, ପ୍ରଥମ ଓଡିଆ ନାଟକ ଓ ରଙ୍ଗମଞ୍ଚ ସୃଷ୍ଟି କରିଥିବା ପାରଳା ମାଟିକୁ ସରକାର ସାଂସ୍କୃତିକ କ୍ଷେତ୍ରରେ ଅବହେଳା କରି ଆସୁଛନ୍ତି । ଗତ ଦୀର୍ଘ ୧୦ବର୍ଷ ହେଲା ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପରିଷଦରେ ଗଜପତି ଜିଲ୍ଲାର କୌଣସି ବ୍ୟକ୍ତି କିମ୍ବା ଅନୁଷ୍ଠାନକୁ ସାମିଲ କରାନଯିବା ଘୋର ଦୁଖ ଓ ପରିତାପର ବିଷୟ ଅଟେ ବୋଲି ଶ୍ରୀ ରାଓ ପ୍ରକାଶ  କହିଛନ୍ତି, ଏପରିକି ଦୀର୍ଘ ୨୫ ବର୍ଷ ମଧ୍ୟରେ ଗଜପତିର ଜଣେ ହେଲେ କଳାକାରଙ୍କୁ ପୁରସ୍କୃତ କରାନଯିବା ଏଠାକାର ବରିଷ୍ଠ ଓ ଅଭିଜ୍ଞ କଳାକାର ମାନଙ୍କୁ ହତାଶ କରିଛି । ସରକାର ଗଜପତି ଜିଲ୍ଲା ପ୍ରତି ଅବହେଳା ପ୍ରଦର୍ଶନ କରୁଥିବାରୁ ଏଠାରେ ସଂସ୍କୃତି ଭବନ ଆଜି ପର୍ଯ୍ୟନ୍ତ ନିର୍ମାଣ ହୋଇ ପାରିନାହିଁ । ଚଳିତ ବର୍ଷ ଗଜପତି ଜିଲ୍ଲାପାଳ ଏବଂ ବିଧାୟକ ଭାବେ ମୁଁ ଗଜପତିରୁ କୌଣସି ଅନୁଷ୍ଠାନ କିମ୍ବା ବ୍ୟକ୍ତିଙ୍କୁ ଗ୍ରହଣ କରିବା ପାଇଁ ଅନୁରୋଧ ଜଣାଇଥିଲୁ । ତଥାପି ଗଜପତି ଜିଲ୍ଲା ପ୍ରତି ସରକାରଙ୍କ ହେୟ ଜ୍ଞାନ ଯୋଗୁଁ ଏଭଳି କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ