୧୦ ବର୍ଷ ପରେ ପଞାବର ଅମୃତସରରୁ ଶିଶୁ ଉଦ୍ଧାର

ପାଠ ପଢେଇବାକୁ କହି ଛାଡି ଦେଇଥିଲା ସାବତ ମା
ଘଟଗାଁ,(ନାରାୟଣ ପଲାଇ):କେନ୍ଦୁଝର ଜିଲ୍ଲାର ଘଟଗାଁ ବ୍ଲକ ଅନ୍ତର୍ଗତ ବାଙ୍କପାଟୁଳି ଗ୍ରାମର ଜଣେ ୧୭ବର୍ଷିୟ କନ୍ୟା ପଞାବର ଅମୃତସରରୁ ଉଦ୍ଧାର ହୋଇ ଆଜି ଘରେ ପହଂଚିଛି । ୧୦ବର୍ଷ ପରେ ନିଖୋଜ ଝିଅକୁ ପାଇ ପରିବାର ଲୋକେ ଖୁସିରେ ଆତ୍ମହରା ହୋଇପଡିଛନ୍ତି । ତେବେ ଉଦ୍ଧାର ଝିଅ ପ୍ରଜ୍ଞା ନାଏକର ବୟାନ ଅନୁସାରେ, ମା ଙ୍କ ଦେହାନ୍ତ ପରେ ଝିଅର ବାପା ଦୁଷ୍ମନ୍ତ ନାୟକ ତାଳପଦାର ବିଲାସି ନାଏକଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ପରବର୍ତି ସମୟରେ ଦୁଷ୍ମନ୍ତଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା । ସାବତ ମା ଝିଅକୁ ଭୁବନେଶ୍ୱରର ଏକ ଆଶ୍ରମ ସ୍କୁଲ୍‌ରେ ପାଠ ପଢିବାକୁ କହି ଜେଜେ ପାଖରୁ ନେଇ ଯାଇଥିଲେ । କିନ୍ତୁ ସାବତ ମା ଝିଅକୁ ନେଇ ତାଳପଦା ଗ୍ରାମର ଗାୟତ୍ରୀ ନାୟକଙ୍କୁ ଦେଇଥିଲେ । ଗାୟତ୍ରୀ ଦୁଷ୍ମନ୍ତଙ୍କ ଝିଅକୁ ପଞାବ ରାଜ୍ୟରେ ତା କାକା ପାଖରେ ପାଠ ପଢିବୁ କହି ନେଇଯାଇ ପଞାବ୍ ରାଜ୍ୟର ଅମୃତସର (ନେହେରୁ କୋଲୋନି, ମଝିଠା ରୋଡ୍‌, ପ୍ଲଟ୍ ନଂ-୫, ବାବାବିର୍ସା) ନାମକ ଠିକଣାରେ ଛାଡି ଦେଇ ପଳେଇ ଆସିଥିଲେ । ଝିଅଟିକୁ ନେଇ କିଛିଦିନ ଗଲାପରେ ପରିବାର ଲୋକେ ଝିଅ ବିଷୟରେ ପଚାରିବାରୁ ଆସିବ ଆସିବ କହି ଠକି ଚାଲିଥିଲା ପ୍ରଜ୍ଞାର ସାବତ ମା । କିଛିଦିନ ପରେ ପରିବାର ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ତେଣୁ ପରିବାର ଲୋକେ ଭୁବନେଶ୍ୱର ଯାଇ ଖୋଜିଥିଲେ । କିନ୍ତୁ ପତା ନମିଳିବାରୁ ସାବତ ମା ଙ୍କୁ ପଚାରିଥିଲେ । ପରେ ପରେ ପ୍ରଜ୍ଞାର ଜେଜେ ମା ଓ ପ୍ରଜ୍ଞାର ବଡବାପା ଯାଇ ପ୍ରଜ୍ଞାର ସାବତ ମା ସହିତ ଗଣ୍ଡଗୋଳ କରିବାରୁ ସେଠିକାର ଫୋନ୍ ନମ୍ବର ପାଇଥିଲେ । ଫୋନ୍ ନମ୍ବର ପାଇ ଥରେ ଦୁଇଥର ପ୍ରଜ୍ଞା ସହ କଥା ହେବାପରେ ପ୍ରଜ୍ଞା ମୋତେ ଏଠାରେ ମାରୁଛନ୍ତି, ମୋତେ ଏଠାରୁ ଶୀଘ୍ର ନେଇଯାଅ ବୋଲି କୋହଭରା କଣ୍ଠରେ ତା ବଡବାପା ପାଖରେ କହିିଥିଲା । ଏହାପରେ ପରିବାର ଲୋକେ ଓଡିଶା ଜାତୀୟ ଶିଶୁ ସୁରକ୍ଷା ପରିଷଦରେ ଅଭୀଯୋଗ କରିଥିଲେ । ଓଡିଶା ଶିଶୁସୁରକ୍ଷା ପରିଷଦ ପଞାବ ରାଜ୍ୟର ଶିଶୁ ସୁରକ୍ଷା ପରିସଦ ସହିତ ଯୋଗାଯୋଗ କରି ପଞାବର ଶିଶୁ ସୁରକ୍ଷା ପରିଶଦ ଓ ଜଣେ ସମ୍ପର୍କୀୟ ବିଚିତ୍ର କୁମାର ମହାପାତ୍ରଙ୍କ ସହଯୋଗରେ ଝିଅକୁ ଅମୃତସରରୁ ଡେସେମ୍ବର ୩ ତାରିଖରେ ଉଦ୍ଧାର କରିଥିଲେ । ସେଠାରେ ତାଙ୍କ ବଡବାପା ପଂହଚି ଝିଅକୁ ଗ୍ରହଣ କରିବା ସହ କୁରୁକ୍ଷେତ୍ରରେ ବିଚିତ୍ର କୁମାର ମହାପାତ୍ରଙ୍କ ପାଖରେ ଗୋଟିଏ ଦିନ ରହି ଆଜି ସକାଳେ ଆସି ଘରେ ପହଂଚିଛି । ଅନ୍ୟପକ୍ଷରେ ପ୍ରଜ୍ଞା ଘରେ ପହଂଚିବା ପରେ ସାବତ ମା ଙ୍କ ବିରୋଧରେ ଅଭିଯୋଗ କରିବେ ବୋଲି ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ