କେନ୍ଦ୍ରାପଡା ବିଜୁ ଛାତ୍ର ଜନତା ଦଳର ବିଶାଳ ରକ୍ତଦାନ ଶିବିର

କେନ୍ଦ୍ରାପଡା (ଚିତ୍ତରଂଜନ ଦାସ): ସୋମବାର ଦିନ କେନ୍ଦ୍ରାପଡା ପୌରସଂସ୍ଥା ଟାଉନହଲ୍ ଠାରେ ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ୧୦୦ ବର୍ଷର ପୂର୍ତି ଏବଂ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ ମାର୍ଚ୍ଚ ୫ ତାରିଖ ଠାରୁ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଏପ୍ରିଲ ୧୭ ତାରିଖ ପର୍ଯ୍ୟନ୍ତ ଚାଲିଥିବା ରକ୍ତଦାନ ଅଭିଯାନରେ କେନ୍ଦ୍ରାପଡା ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ସହଯୋଗରେ, ଓଡିଶା-ମୋ-ପରିବାର ଓ ଜୀବନବିନ୍ଦୁ ଆନୁକୂଲ୍ୟରେ ଏବଂ ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ପ୍ରଦୀପ କୁମାର ସାହୁଙ୍କ ନେତୃତ୍ୱରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ରକ୍ତଦାନ ଶିବିରରେ ମୋଟ ୧୯୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଉକ୍ତ ଶିବିରକୁ କେନ୍ଦ୍ରାପଡାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଶଶୀଭୂଷଣ ବେହେରା ଉଦଘାଟନ କରିଥିଲେ । ଉକ୍ତ ଶିବିରରେ ଜିଲ୍ଲା ସଭାପତି ଉତ୍କଳକେଶରୀ ପରିଡା, ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଶିବ ପ୍ରସାଦ ଭଳ, ପୂର୍ବତନ ପୌରାଧ୍ୟକ୍ଷ ଧୀରେନ କୁମାର ସାହୁ, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ, ରଞ୍ଜିତ କୁମାର ସାହୁ, କାଳୀପ୍ରସାଦ ମିଶ୍ର, ହିରଣ୍ୟ କୁମାର ପଣ୍ଡା, ପ୍ରଦୀପ୍ତ କୁମାର ମହାନ୍ତି, ସ୍ୱରାଜଲକ୍ଷ୍ମୀ ସାମଲ, ପ୍ରଶାନ୍ତ ରାଉତ, ବାସୁଦେବ ବେହେରା, ଯୁଷ୍ମନ୍ତ ମଲ୍ଲିକ, ଆଲୋକ ସାହୁ, ଯଯାତି ମହାନ୍ତି, ଅଶୋକ କୁମାର ଧଳ, ଦେବାଶିଷ ଆଚାର୍ଯ୍ୟ, ମହେନ୍ଦ୍ର ମିଶ୍ର, ମଙ୍ଗଳ ବରଣ ସିଂହ, ସଂଗମ କେଶରୀ ସାମଲ, ସେକ ମହମ୍ମଦ ଇନାୟତ, ଦେବଦାସ ମହାନ୍ତି, ପ୍ରମୋଦ ପ୍ରଧାନ, ରଞ୍ଜନ ସାହୁ, ବିଜୟ କୁମାର ମଣ୍ଡଳ, ମାନସ ଦାସ, ସାହେବ ସାହିଲ ରାଉତ, ସୁମନ୍ତ ପରିଡା ଏବଂ ବିଜୁ ଛାତ୍ର ଜନତା ଦଳର ପ୍ରିୟବ୍ରତ ପରିଡା, ପ୍ରକାଶ କୁମାର ସାହୁ, ଦେବକାନ୍ତ ପରିଡା, ଜ୍ଞାନରଞ୍ଜନ କର, ତାପସ ପରିଡା, ଅମୀୟ କୁମାର ପରିଡା, ଦେବାଶିଷ ନାୟକ, ବିରାଜ ସିଂହ, ରାଜଶ୍ରୀ ଦାସ, ଲିଜା ପତ୍ରୀ, ସ୍ୱରୂପ ରାଉତରାୟ, ଦେବାଶିଷ ସ୍ୱାଇଁ, ଦେବସ୍ମିତା ସାମଲ, ଅଭିଷେକ ସ୍ୱାଇଁ, ଚିତ ରଞ୍ଜନ ଦାସ, ଦେବ ପ୍ରସାଦ ସାହୁ, ଦିପକ ରାଉତ, ଯନ୍ମେଜୟ ସାହୁ, ବିଶ୍ୱଜିତ ଜେନା, ରାହୁଲ ପୁରୀ, ସ୍ମୃତିରଞ୍ଜନ ପାଢୀ, ଅଭିଜିତ ସିଂହ, ପ୍ରଶାନ୍ତ କୁମାର ଷାଠୁଆ, ଗତିକୃଷ୍ଣ ମହାନ୍ତି, ଗଜେନ୍ଦ୍ର ସାହୁ, କିଶୋର ସେଠୀ, ଶ୍ରୀନିବାସ କର, ପ୍ରକାଶ କୁମାର ସେନାପତି, ମାନସ ବିଶ୍ୱାଳ, ତାପସ ନାୟକ, ଲାଲଚାନ୍ଦ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀମାନେ ଉକ୍ତ ରକ୍ତଦାନ ଶିବିରରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ