ଗୁମ୍ମା ବ୍ଲକରେ ୩୫୬ ପରିବାର ରେଶନ କାର୍ଡ଼ରେ ଚାଉଳ ପାଉନଥିବା ଅଭିଯୋଗ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ତଥା ଗରିବ ଶ୍ରେଣୀ ମଧ୍ୟରେ ଅନ୍ତର୍ଭୁକ୍ତ । ହେଲେ ଏପରି ଅଞ୍ଚଳରେ ଥିବା ଗରିବ ଆଦିବାସୀମାନେ ଦିନେ ରୋଜଗାର କଲେ ୪ଦିନ ପରିବାର ଚଳାନ୍ତି । ମାସିକ ଚାଉଳ ହିଁ ସାହା ଭରସା ହେଲେ ରେଶନ କାର୍ଡ଼ରେ ମିଳୁନି ମୁଠାଏ ଚାଉଳ । ଗୁମ୍ମା ବ୍ଲକର ୨୦ଟି ପଞ୍ଚାୟତର ୩୫୬ ଗରିବ ନିରୀହ ପରିବାରକୁ ଦୀର୍ଘ ୮ମାସ ହେଲା ମିଳୁନି ମାସିକ ଚାଉଳ।ଏନେଇ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ଅଭିଯୋଗ ଜଣେଇବା ପରେ ବି କୌଣସି ପ୍ରକାର ସହାୟତା ପ୍ରଦାନ ହେଉନି ବୋଲି ପ୍ରବାକର ପାଇଁ କହିଛନ୍ତି। ସୂଚନାଯୋଗ୍ୟ ଯେ ଗ୍ରାମପଞ୍ଚାୟତରେ ଚଳିତ ମାସର ଚାଉଳ ମିଳୁଥିବା ବେଳେ କିଛି ପରିବାରର ରେଶନ କାର୍ଡ଼ କାର୍ଯ୍ୟକାରୀ ହେଉନଥିବାରୁ ଚାଉଳ ମିଳୁନଥିବା ଅଭିଯୋଗ ହେଉଛି। ଏମିତି ଅନେକ ମାସ ହେଲା ପରିବାର ଲୋକେ ଚାଉଳ ନପାଇବା ସହ ୧ହଜାର ଟଙ୍କାରୁ ବଞ୍ଚିତ ହୋଇ ହତାଶ ଅବସ୍ଥାରେ ଅଛନ୍ତି। କିଛି ପରିବାରର ଲୋକେ ଯୋଗାଣ ନିରୀକ୍ଷକ ଅଧିକାରୀଙ୍କ ଦ୍ଵାରାସ୍ତ ହୋଇ ଥକିପଡ଼ିଥିବା ଜିଖିଆ ଗମାଙ୍ଗ, ସୁଆରୁ ଶବର, ଆମାନ ଗମାଙ୍ଗ, ଦାନିଏଲ ଲିମା ଓ ମାଣିକ ପାଇକ ଅଭିଯୋଗ କରିଛନ୍ତି। ଏନେଇ ଯୋଗାଣ ନିରୀକ୍ଷକ ଅଧିକାରୀ ଶୁଭଶ୍ରୀ ବାନାନା ଜେନା କହିଛନ୍ତି ଯେ ନକଲି କାର୍ଡ଼ ଭାବେ ଏସବୁ ରେଶନ କାର୍ଡ଼କୁ ବନ୍ଦ କରାଯାଇଛି । ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ ଏହାର କୌଣସି ସମାଧାନ ହଇପାରୁନାହିଁ । ସାଧାରଣତଃ ଦରଦାମ ବୃଦ୍ଧି ପାଇଛି ଏପଟେ ପିଡ଼ିଏଫ ଚାଉଳ ମିଳୁନଥିବା ଯୋଗୁଁ ଆଗାମୀ ଦିନରେ ଦାରିଦ୍ର୍ୟତା ବୃଦ୍ଧି ପାଇବ । ଏଣୁ ଏପରି ଘଟଣା ସମ୍ପର୍କରେ ସରକାର ଗୁରୁତ୍ୱର ସହ ଦୃଷ୍ଟି ଦେବାକୁ ଅଭିଯୋଗ ହେଉଛି ।


