ମୋହନା ବିଜେଡିର ଜୋନ୍ ସ୍ତରୀୟ ବୈଠକ ଅନୁଷ୍ଠିତ
ମୋହନା (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀର ବିଜେଡି ପକ୍ଷରୁ ପ୍ରତ୍ୟେକ ଜୋନକୁ ନେଇ କର୍ମକର୍ତାମାନଙ୍କୁ ଏକତ୍ରିତ କରି ଆଗାମୀ ପଚାଂୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଜାରି ରହିଛି ସେହିଭଳି ମୋହନା ଜୋନ ପକ୍ଷରୁ କର୍ଚ୍ଚବାଡି ସରକାରୀ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ବୈଠକ ଅନୁଷ୍ଠିତ ହୋଇଛି । ବିଜେଡି ବ୍ଳକ ସଭାପତି ରଞ୍ଜୀବ ଶବର ନେତୃୃତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଛି । କର୍ମୀମାନଙ୍କ ମଧ୍ୟରେ ଲାଗି ରହିଥିବା ସମସ୍ୟାକୁ ନିଜ ନିଜ ଭିତରେ ସମାଧାନ କରିବା ସହ ଆଗାମୀ ପଚାଂୟତ ନିର୍ବାଚନରେ ଦଳ ଯେପରି ବିପୁଳ ସଂଖ୍ୟାରେ ବିଜୟ ଲାଭ କରିବ ଏବଂ ରାଜ୍ୟ ସରକାରଙ୍କ ଯୋଜନା ଗୁଡିକୁ ଲୋକାର୍ପଣ କୁ ଅଣାଯିବ ଏ ନେଇ ଆଲୋଚନା କରାଯାଇଥିଲା । ଉକ୍ତ ବୈଠକରେ ଏସ୍.ସି ଏସ୍.ଟି ବର୍ଗର ୧୦ ପ୍ରତିଶତ ଲୋକ ଥିବା ବେଳେ ଓବିସି ଓ ଜେନେରାଲ ଲୋକେ ଥିଲେ ୯୦ ପ୍ରତିଶତ ଉପସ୍ଥିତ ରହିଥିଲେ । ରାଜ୍ୟ ସରକାର ଆଗାମୀ ପଚାଂୟତ ନିର୍ବାଚନକୁ ଆଖି ଆଗରେ ରହି ଓବିସି କାର୍ଡ ଖେଳିବା ପାଇଁ ୨୭ ପ୍ରତିଶତ ଓବିଶି ବର୍ଗର ଲୋକଙ୍କୁ ସ୍ଥାନ ପଂଚାୟତ ନିର୍ବାଚନରେ ସ୍ଥାନ ମିଳିବ ବୋଲି ଘୋଷଣା କରିଛନ୍ତି । କିନ୍ତୁ ଦୁଃଖ ଦାୟକ ବିଷୟ ଶୁଣିବାକୁ ମିଳୁଛି ତାହା ମୋହନା ନିର୍ବାଚନ ମଣ୍ଡଳୀରେ ଓବିସି ବର୍ଗକୁ ମିଳିବ ନାହିଁ ଟିକଟ ବୋଲି ଯାହାକୁ ନେଇ ଏବେ ରାଜନିତୀରେ କଳାପାହାଡ ଛିଡା ହୋଇଛି । ମୋହନା ନିର୍ବାଚନ ମଣ୍ଡଳୀରେ ଓବିସି ବର୍ଗର ଲୋକଙ୍କୁ ଟିକଟ ନଦିଆଗଲେ ଆଗାମୀ ପଚାଂୟତ ନିର୍ବାଚନରେ ବିଜେଡିକୁ ଲାଗିପାରେ ଶକ୍ତ ଝଟକା ବୋଲି ଟାଣୁଆ ବିଜେଡି ନେତା ମତ ପ୍ରକାଶ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ବହୁ ବିଜେଡି କର୍ମୀ ଏବଂ ନେତାମାନେ ଉପସ୍ଥିତ ରହିଥିଲେ । କିନ୍ତୁ କୋଭିଡ ଗାଇଡଲାଇନକୁ ଫୁ କରି ଉଡେଇ ଦେଇଥିଲେ । ଯାହାକି ତୃତୀୟ ଲହରିର ପ୍ରଭାବ ମୋହନା ନିର୍ବାଚନ ମଣ୍ଡଳିରେ ପଡିବ ନାହିଁ ବୋଲିକି ଏହି ଚିତ୍ରକୁ ଦେଖିଲେ ଜଣାପଡୁଛି ।


