ଦୁର୍ଘଟଣାରେ ୨ଜଣ ଆହତ
ବାରିକପୁର,(ଓ୍ବାଇଏନ୍ଏସ୍): ଭଣ୍ଡାରିପୋଖରୀ ଥାନା ୧୬ନଂ ଜାତୀୟ ରାଜପଥର ହନୁମାନ ଛକ ଠାରେ ଦୁର୍ଘଟଣା ଘଟି ଦୁଇଜଣ ଆହତ ହୋଇଥିବା ଜଣାଯାଇଛି । ରାଜେନ୍ଦ୍ରପୁର ପଞ୍ଚାୟତ ଦେଓପଦା ମୋରଡା ଗ୍ରାମର ନିରାକାର ଖଣ୍ଡାଇ(୪୨) ତାଙ୍କପୁଅ ଓମପ୍ରକାଶ(୧୦)କୁ ବସାଇ ଭଦ୍ରକରୁ ଭଣ୍ଡାରିପୋଖରୀକୁ ଆସୁଥିଲେ । ଦିନ ପ୍ରାୟ ୩ଟାବେଳେ ଏକ ଟ୍ରକ ହନୁମାନ ଛକ ଠାରେ ସେମାନଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ବାପ ପୁଅଙ୍କୁ ଉଦ୍ଧାର କରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଦୁଇଜଣଙ୍କ ପ୍ରାଥମିକ ଚିକିତ୍ସା କରାଯାଇଥିବାବେଳେ ଦୁର୍ଘଟଣାରେ ମୋଟରସାଇକେଲଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି ।


