ଜାଲିଆତି କରି ବ୍ୟାଙ୍କ ଋଣ ହଡପ ଅଭିଯୋଗ ୩ ଜଣଙ୍କ ନାମରେ ମାମଲା ରୁଜ୍ଜୁ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ଥାନା ଅଧିନ ଛୟାଳସିଂ ଗ୍ରାମର ଜନୈକ ବ୍ୟକ୍ତିଙ୍କ ନାମରେ ବନ୍ତସ୍ଥିତ ପଞ୍ଚାବ ନ୍ୟାସନାଲ ବ୍ୟାଙ୍କରୁ ଜାଲିଆତି କରି ୪ ଲକ୍ଷ ଟଙ୍କା ହଡପ କରିଥିବା ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ୩ ଜଣଙ୍କ ନାମରେ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି । ଅଭିଯୋଗରୁ ପ୍ରକାଶ ଯେ, ଛୟାଳସିଂ ଗ୍ରାମର ଖଗେଶ୍ୱର ବେହେରାଙ୍କର ଛୟାଳସିଂ ବଜାରରେ ଏକ ଜନସେବା କେନ୍ଦ୍ର ଥିବା ବେଳେ ତାଙ୍କ ସାନ ଭାଇ ଜଗନ୍ନାଥ ବେହେରା ବନ୍ତସ୍ଥିତ ପି.ଏନ୍‌.ବି ବ୍ୟାଙ୍କରେ ଏକ ସେଭିଙ୍ଗସ୍ ଆକାଉଣ୍ଟ ଖୋଲିବା ପାଇଁ ଫର୍ମରେ ୩/୪ଟି ଦସ୍ତଖତ ଦେବା ସହ ଆଧାର କାର୍ଡ ଦେଇଥିଲେ । ଜଗନ୍ନାଥ କୌଣସି ବ୍ୟାଙ୍କ କିମ୍ବା ଆର୍ଥିକ ସଂସ୍ଥାରୁ ନିଜ ନାମରେ ଋଣ ଉଠାଣ କରିନଥିବା ବେଳେ ପି.ଏନ୍‌.ବି ବ୍ୟାଙ୍କ ଶାଖା ପରିଚାଳକ ତାଙ୍କ ଘରକୁ ୨/୩ ଥର ଆସି ଖୋଜି ପାଇନଥିଲେ । ଅନ୍ୟ ଗ୍ରାହକଙ୍କ ଦ୍ୱାରା ଜଗନ୍ନାଥଙ୍କୁ ଡକାଇ ସେ ବ୍ୟାଙ୍କରୁ ଋଣ ନେଇଥିବା କଥା କହିଥିଲେ । ଫଳରେ ଜଗନ୍ନାଥ ଜାଣିବାକୁ ପାଇଥିଲେ ଯେ, ତାଙ୍କ ନାମରେ ଏସ୍‌.ବି ଓ ଲୋନ୍ ଆକାଉଣ୍ଟ ୨ଟି ଖୋଲା ଯାଇ ଗତ ତା-୧୪-୬-୨୦୧୬ ରିଖରେ ୪ ଲକ୍ଷ ଟଙ୍କା ଋଣ ଉଠାଣ ହୋଇଛି । ଯାହାକି ବର୍ତ୍ତମାନ ସୁଧମୂଳ ସହିତ ୪ ଲକ୍ଷ ୪୬ ହଜାର ୯ ଶହ ୪୪ ଟଙ୍କା ହୋଇଛି । ଜଗନ୍ନାଥ ଉକ୍ତ ବ୍ୟାଙ୍କରୁ କୌଣସି ଦିନ ଟଙ୍କା ଉଠାଣ କରିନାହାନ୍ତି କିମ୍ବା ଉକ୍ତ ବ୍ୟାଙ୍କରୁ କେ.ୱାଇ.ସି ଫର୍ମ, ଲୋନ୍ ଆକାଉଣ୍ଟ ଫର୍ମ କିମ୍ବା ଚେକ୍ ବହି, ଏ.ଟି.ଏମ୍ ଖୋଲିବା ପାଇଁ କୌଣସି ଫର୍ମ ବ୍ୟାଙ୍କ ରେଜିଷ୍ଟରରେ ଦସ୍ତଖତ କରିନାହାନ୍ତି । ତାଙ୍କ ବଡଭାଇ ଜାଲ ଦସ୍ତଖତ କରି ବ୍ୟାଙ୍କ ଶାଖା ପରିଚାଳକଙ୍କ ସହମତିରେ ଋଣ ଟଙ୍କା ଉଠାଇ ନେଇଥିବା ଅଭିଯୋଗରେ ଦର୍ଶାଯାଇଛି । ଏସଂପର୍କରେ ଜଗନ୍ନାଥ ଗତ ତା-୬-୮-୨୦୧୮ ରିଖରେ ବ୍ୟାଙ୍କରେ ଅଭିଯୋଗ କରିଥିଲେ ମଧ୍ୟ ଶାଖା ପରିଚାଳକ କୌଣସି ପଦକ୍ଷେପ ନେଇନଥିଲେ । ସେହିପରି ଜଗନ୍ନାଥଙ୍କ ପତ୍ନୀ ଜ୍ୟୋତ୍ସ୍ନାରାଣୀ ଗିରିଙ୍କ ନାମରେ ଖୋଲା ଯାଇଥିବା ଅନ୍ୟ ଏକ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ହଡପ ହୋଇଥିବା ଜଣାଯାଇଛି । ଏସଂପର୍କରେ ଗତ ସେପ୍ଟେମ୍ବର ୬ ତାରିଖରେ ଜଗନ୍ନାଥ ଓ ତାଙ୍କ ପତ୍ନୀ ଖଗେଶ୍ୱର ବେହେରାଙ୍କୁ ପଚାରିବାରୁ ଖଗେଶ୍ୱର ଓ ତାଙ୍କ ଦାଦା ସହଦେବ ବେହେରା ସେମାନଙ୍କୁ ଧକ୍କା ମାରିବା ସହ ଜୀବନରୁ୍ ମାରି ଦେବାକୁ ଧମକ ଦେଇଥିଲେ । ଏନେଇ ଜଗନ୍ନାଥ ବେହେରାଙ୍କ ଅଭିଯୋଗ କ୍ରମେ ପୋଲିସ ସୋମବାର କେସ ନଂ- ନଂ-୧୨୨/୨୦ ମୂଳେ ବ୍ୟାଙ୍କ ପରିଚାଳକଙ୍କ ସମେତ ୩ ଜଣଙ୍କ ନାମରେ ମାମଲା ରୁଜ୍ଜୁ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ