ଜୟ ମା ‘ ଦୁର୍ଗା ଯୁବକ ସଂଘ,ବଡ଼ ଡାଳିମା ଆନୁକୂଲ୍ୟରେ ୮୯ ତମ ଦୁର୍ଗାପୂଜା
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ତିରିଂ ଵ୍ଳକର ବଡଡଆଳଇମଆ ପଞ୍ଚାୟତର ବଡଡାଳିମା ଗ୍ରାମର ବ୍ରାହ୍ମଣମାନେ ଜୟ ମା’ ଦୁର୍ଗା ଯୁବକ ସଂଘ ଆନୁକୂଲ୍ୟରେ ୧୯୩୬ ମସିହାଠାରୁ ନିରଵର୍ଛିନ୍ନ ଭାବରେ ଦୁର୍ଗାପୂଜା ମହାସମାରୋହରେ ପାଳନ କରାଯାଉଛି ।ପୁରୁଣା କାଳିଆ ବୁଢ଼ାବୁଢ଼ୀ କହନ୍ତି ମା’ ଭାରି ପ୍ରତ୍ୟକ୍ଷଦେଵୀ ।ଲୋକ କଥା ଅଛି ମା’ ଦିନେ କୁଆଁରୀ ବେଶରେ ଆସି ଶଙ୍ଖାରୀ ବୁଢ଼ା ଠାରୁ ଶଙ୍ଖା ଧାରରେ କିଣି କହନ୍ତି ,ମୋ ବାପା ଗତି ପାହାଡି ଶଙ୍ଖର ମୂଲ୍ୟ ଦେବେ । ତା’ ପରଦିନ ଦେଖାଯାଏ ମା’ ଙ୍କ ପ୍ରତିମୂର୍ତ୍ତି ହାତରେ ଶଙ୍ଖା ଅଛି ।ସେହି ଦିନଠାରୁ ମା’ ଙ୍କ ଅଲୌକିକ ଶକ୍ତି କୁ ଗ୍ରାମବାସୀ ଏବଂ ସମଗ୍ର ଅଂଚଳଵଆସଈ ବିଶ୍ବାସ କରିଥାନ୍ତି ।୧୯୩୬ ମସିହାରେ ଦୈତାରୀ ପାହାଡି,ଦ୍ବିଜରାଜ ପାଣିଗ୍ରାହୀ, କୃପାସିନ୍ଧୁ କର, ଭୁବନେଶ୍ୱର କର,ଅଯୋଧ୍ୟା ପଣ୍ଡା ସମେତ ଗ୍ରାମବାସୀ ଏଠାରେ ଅଯୋଧ୍ୟା ପଣ୍ଡାଙ୍କ ଘର ସମ୍ମୁଖରେ ଦୁର୍ଗାପୂଜା ଆରମ୍ଭ କରିଥିଲେ । ଚଳିତ ବର୍ଷ କମିଟି ତରଫରୁ ଜାକଜମକରେ ମା’ଙ୍କ ଶାରଦୀୟ ପୂଜା ମା’ ଦୁର୍ଗା ଯୁବକ ସଂଘ ତରଫରୁ ରୀତିନୀତି ଅନୁସାରେ ଵ୍ରାହ୍ମଣ ପଣ୍ଡିତଙ୍କ ଦ୍ବାରା ପାଳନ କରାଯାଉଛି । ପଶ୍ଚିମବଙ୍ଗର ପୁରୁଲିଆ ଶିଳ୍ପୀ କୁଶଳୀ ମଊର୍ତଇକଆରଙ୍କ ଦ୍ବାରା ଆକର୍ଷଣୀୟ ମୃଣ୍ମୟ ମୂର୍ତ୍ତି ନିର୍ମିତ ହୋଇଛି ।ଶକ୍ତି ସ୍ବରୂପିଣୀ ମା’ ଦୁର୍ଗାଙ୍କ ଦର୍ଶନ ଲାଗି ଭକ୍ତ ପୂଜା ମଣ୍ଡପକୁ ଯାଇ ମା’ ଙ୍କ ଦର୍ଶନ କରୁଥିବା ଦେଖାଯାଉଛି । ଅଷ୍ଟମୀରେ ପ୍ରବଳ ଗହଳି ଥିଲା ନବମୀ ସନ୍ଧିରେ ବଳି ପଡ଼ିଥିଲା । ଆଖପାଖରେ ହଜାର ହଜାର ଶ୍ରଦ୍ଧାଳୁ ନଡ଼ିଆ,କଦଳୀ ଭୋଗ ନୈବେଦ୍ୟ ଲଗାଇ ମା’ ଙ୍କ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଉଛନ୍ତି । ଏଠାରେ ମାନସିକଧାରୀ ମାନେ ପୂଜାର୍ଚ୍ଚନା ପରେ ମା’ ସେମାନଙ୍କ ମନବାଞ୍ଛା ପୂରଣ କରିଥାନ୍ତି ବୋଲି ଶ୍ରଦ୍ଧାଳୁମାନେ କୁହନ୍ତି ।ଏହି ଶାରଦୀୟ ପୂଜା କମିଟିରେ ଯୁବକ ସଂଘର ସତ୍ୟନାରାୟଣ ପାହାଡି, କୃଷ୍ଣଚନ୍ଦ୍ର ପଣ୍ଡା, ଦେବଦାସ କର,ଗୌରାଙ୍ଗ କର, ଗୋପୀନାଥ ପାହାଡି,ଅମିତ କର,ମାନସ କର,ଭବାନୀ ମିଶ୍ର,ନୟନ ପାଣିଗ୍ରାହୀ, ଯୋଗେନ୍ଦ୍ର ପାହାଡି, ଚନ୍ଦନ କର,ଅଶ୍ବିନୀ ପାହାଡି,ଶ୍ରୀଧର ପାଣିଗ୍ରାହୀ, ପଙ୍କଜ ପାହାଡି,ବଂଶୀଧର ପାଣିଗ୍ରାହୀ,ହାରାଧନ ପାହାଡି, ବିଶ୍ଵନାଥ ପାହାଡିଏଵଂ ଅନ୍ୟମାନେ ଶୃଙ୍ଖଳାର ସହ ପରିଚାଳନା କରୁଛନ୍ତି


