ଡଅଁର ତାରିଣୀ ମନ୍ଦିରରେ ନବମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ

ହାଟଡ଼ିହି, (ବିକାଶ ବିଶ୍ୱାଳ) : ହାଟଡିହି ବ୍ଲକ ଡଅଁର ଠରେ ଥିବା ମା ତାରିଣୀଙ୍କ ମନ୍ଦିରରେ ୯ମବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ୪ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଏହି ମହାଯଜ୍ଞ ପାଇଁ ପ୍ରଭାତରୁ କଳଶ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବାପରେ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଥିଲା । ପଣ୍ଡିତ ଶୁଭକାନ୍ତ ଦାଶ, କମଳାକାନ୍ତ ପାଢ଼ୀ, ଲକ୍ଷ୍ମୀଧର ପଣ୍ଡା, ଚିନ୍ତାମଣି ତିଆଡି ପ୍ରମୁଖ ଯଜ୍ଞରେ ବେଦପାଠ ସହ ଗୀତାଯଜ୍ଞ ଓ ଚଣ୍ଡୀପାଠ କରିଥିଲେ । ଏହି ଅବସରରେ ମାଙ୍କୁ ଷୋଡଶ ଉପଚାରରେ ପୂଜାର୍ଚ୍ଚନା କରାଯାଇଥିଲା । ବିବେକାନନ୍ଦ ପାଢ଼ୀ, ସ୍ୱାପ୍ନାତୀକା ପାଢ଼ୀ କର୍ତ୍ତା ଭାବେ ସାମିଲ ହୋଇଥିବାବେଳେ ସଞ୍ଜିବ ମହାଳିକ, ଆଲୋକ ଜେନା, ଗୋଲାପ ଜେନା, ବିଣାପାଣି ସାହୁ, ବବିତା ସାହୁ, ବନିତା ସାହୁ, ଭାମାମଣୀ ସାହୁ, ଡୋନା ସାହୁ, ବିମଳା ପାଢ଼ୀ, ବାସନ୍ତୀ ପାଢ଼ୀ, ମକୁନ୍ଦି ଜେନା, ରାଜେନ୍ଦ୍ର ଜେନା, ମହେଶ୍ୱର ଜେନା ପ୍ରମୁଖ ସହକର୍ତ୍ତା ଭାବେ ପୂଜାକାର୍ଯ୍ୟରେ ସାମିଲ ହୋଇଛନ୍ତି । ଦାମଦେବ ପହି, ରଞ୍ଜନ କୁମାର ପହି, କୃପାସିନ୍ଧୁ ଜେନା, ପନ୍ମନାଭ ପରିଡା, ଶ୍ରୀନିବାସ ପହି, ପବିତ୍ର ରାଉତ, ଗଣେଶ୍ୱର ବେହେରା, ପ୍ରବୀର କୁମାର ନାୟକ, ସରପଞ୍ଚ ହିସି ହେମ୍ରମ, ଜିଲ୍ଲା ପରିଷଦ ସଦସ୍ୟା ପ୍ରଣତି ଦେଓ, ହରିହର ଜେନା, ରବିନ୍ଦ୍ର ନାୟକ, ରମେଶ ଜେନା, ଦେବେନ୍ଦ୍ର ଓଝା, ବୃନ୍ଦାବନ ଜେନା, ସୁରେନ୍ଦ୍ର ସାହୁ, କାର୍ତ୍ତିକେଶ୍ୱର ପହି ନୀଳମଣି ଦାସ, ଭାଷ୍କର ପହି, ମଦନ ମୋହନ ଦେଓ ପ୍ରମୁଖ ପରିଚାଳନା କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ