ୱାର୍ଡ ସ୍ତରୀୟ କୋଭିଡ୍ – ୧୯ ପରିଚାଳନା କମିଟି ବୈଠକ
ଛତ୍ରପୁର (ଦେବଦତ୍ତ ମହାରଣା): ଛତ୍ରପୁର ଏନଏସି ପକ୍ଷରୁ ସ୍ଥାନୀୟ କୋର୍ଟ ଷ୍ଟେସନ ସାହି କୋଠ ଘର ଠାରେ ମଙ୍ଗଳବାର ଦିନ ୱାର୍ଡ ସ୍ତରୀୟ କୋଭିଡ୍ ୧୯ ପରିଚାଳନା କମିଟି ମାଧ୍ୟମରେ ୱାର୍ଡ ସ୍ତରୀୟ ପରିଚାଳନା କମିଟି ଗଠନ ହୋଇଯାଇଛି । ପରିଚାଳନା କମିଟିର କର୍ତ୍ତବ୍ୟ ଓ ଭୁମିକା ବିଷୟରେ ବୈଠକରେ ଆଲୋଚନା କରାଯାଇ ୱାର୍ଡରେ ବସବାସ କରୁଥିବା ସଦସ୍ୟ ମାନଙ୍କର ସ୍ୱାସ୍ଥ୍ୟ ବିବରଣୀ ସଂଗ୍ରହ କରିବା, ଚିକିତ୍ସା, ପରାମର୍ଶ , ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀମାନଙ୍କ ଗତିବିଧି ଉପରେ ନଜର ରଖିବା ଏବଂ ଲୋକଙ୍କୁ କୋଭିଡ ୧୯ ମହାମାରୀ ଉପରେ ସଚେତନତା କରାଯାଇଛି । ଏହି ବୈଠକରେ ୱାର୍ଡ ଅଫିସର ଏସ୍. ଡାଲେୟା ରେଡ୍ଡୀ ଯୋଗଦେଇ କୋରନା ରୁ କିପରୀ ଦୂରେଇ ରହିବେ ସେଥିନିମନ୍ତେ ସମସ୍ତେ ମାସ୍କ ପରିଧ୍ୟାନ କରିବା, ସାମାଜିକ ଦୂରତା ରକ୍ଷା କରିବା, ଜନଗହଳି ପୂର୍ଣ୍ଣ ସ୍ଥାନ କୁ ନଯିବା, ସାନିଟାଇଜର ବ୍ୟବହାର, ସରକାରଙ୍କ ବିଭିନ୍ନ କୋଭିଡ ନୀୟମ ମାନିବା ଜନସାଧାରଣଙ୍କୁ ସୂଚନା ଦେଇଥିଲେ । ସାହି ତଥା ଆଠ ନମ୍ବର ୱାର୍ଡର ବିଭିନ୍ନ ସମସ୍ୟା ସଂପର୍କରେ ସ୍ଥାନୀୟ ବାସିନ୍ଦା ମାନେ ୱାର୍ଡ ଅଫିସରଙ୍କ ଦୃଷ୍ଟି ଆକର୍ଷଣ କରିବାସହ ତୁରନ୍ତ କାର୍ଯ୍ୟକାରୀ କରିବା ନିମନ୍ତେ କହିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟ ପୂର୍ବତନ କାଉନସିଲର କେ.କ୍ରାନ୍ତି, ଆଇନଜିବୀ ବି.ଶ୍ରୀନିବାସ, ଅଙ୍ଗନବାଡି କର୍ମୀ ଏସ.ସତ୍ୟାମ୍ମାଓ ସୁମିତ୍ରା ପଣ୍ଡା, ସବିତାରାଣି ଗୌଡ, ସୁମିତ୍ରା ସାହୁ, ଯୁବନେତା ଅଟଳ ବିହାରୀ ପଟ୍ଟନାୟକଙ୍କ ସମେତ ସ୍ୱଚ୍ଛ ସାଥି, ଜଳସାଥି, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା, ସାହିବାସିନ୍ଦା ଓ ବୃଦ୍ଧିଜିବୀ ମାନେ ଉପସ୍ଥିତ ଥିଲେ ।


