୨୦ ବର୍ଷ ଶାସନ ପରେ ନବୀନ ବାବୁଙ୍କର ବାଲେଶ୍ୱର କଥା ମନେ ପଡ଼ିଲା 

ବାଲେଶ୍ୱର,(ୱାଇଏନ୍ଏସ୍): ଉପନିର୍ବାଚନ ପରିପ୍ରେକ୍ଷୀରେ ଭର୍ଚୁଆଲ ମିଟିଂରେ ମୁଖ୍ୟମନ୍ତ୍ରୀ କହିଲେ ବାଲେଶ୍ୱରରେ ବିକାଶ ଦାୟିତ୍ୱ ଏବେ ସେ ନିଜେ ନେବେ। ତେବେ ମାନ୍ୟବରଙ୍କୁ ପ୍ରଶ୍ନ ? ରାଜ୍ୟରେ ତାଙ୍କ ଶାସନର ୫ମ ପାଳିରେ ପଡ଼ିଥିବା ବେଳେ ବାଲେଶ୍ୱର ବିକାଶର ଦାୟିତ୍ୱ କାହା ହାତରେ ଥିଲା ? ବାଲେଶ୍ୱର ବାସୀ କେବଳ ଲୋକସଭା ଆସନ ସହିତ ସଦର ଓ ନୀଳଗିରି ବିଧାନସଭା ଆସନକୁ ମାତ୍ର ଦେଢ଼ବର୍ଷ ହେଲା ପରିବର୍ତ୍ତନ କରିଛନ୍ତି, ତା’ପୂର୍ବରୁ ଏଠାରେ ଲଗାତର ଭାବେ ବିଜେଡିକୁ ଲୋକ ଭୋଟ ଦେଉଥିଲେ । ଜିଲ୍ଲାରେ ବିକାଶ କରିଛି ବୋଲି ଡିଣ୍ଡିମ ପିଟି ଆସୁଥିବା ପୂର୍ବତନ ସାଂସଦ ରବିନ୍ଦ୍ର ଜେନା କ’ଣ ଲୋକଙ୍କୁ ଭୁଆଁ ବୁଲାଉଥିଲେ ? ଜିଲ୍ଲାରେ ଅଧିକାଂଶ ଶିଳ୍ପାନୁଷ୍ଠାନ ବନ୍ଦ ହୋଇଯାଇଥିବା ବେଳେ ବିର୍ଲା, ଆଳୟେଜ, ଇମାମି ଭଳି ବଡ଼ ଶିଳ୍ପସଂସ୍ଥା ସମ୍ପୂର୍ଣ୍ଣ ରୁଗଣ ଅବସ୍ଥାକୁ ଚାଲିଗଲାଣି । ସାଢ଼େ ୭ କୋଟି ଟଙ୍କାର ସିଟିବସ ୩ ବର୍ଷ ହେଲା ଖତ ଖାଉଛି, ରିଂ-ରୋଡ଼ ପ୍ରକଳ୍ପକୁ ନିଜେ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରି ୩ ବର୍ଷ ଭିତରେ ସାରିବେ ବୋଲି କହିଥିଲେ। ଘର କୁ ଘର ବିଶୁଦ୍ଧ ପାନୀୟଜଳ ଯୋଗାଣ ୨୦୧୫ ମସିହାରୁ ଶୁଣି ଶୁଣି କାନ ବଧିରା ହୋଇଗଲାଣି । ଜିଲ୍ଲାରେ କୃଷି, ଶିକ୍ଷା, ସ୍ୱାସ୍ଥ୍ୟକ୍ଷେତ୍ର ଅତ୍ୟନ୍ତ ଦୟନୀୟ ଅବସ୍ଥାରେ। ବ୍ରାଉନସୁଗାର, ବେଆଇନ ମଦ ବେପାର, ମହିଳା ଦୁଷ୍କର୍ମ ଓ ଘରୋଇହିଂସା ଉପରେ ରୋକ ଲାଗିବା ସହ ଜିଲ୍ଲାରେ ଆଇନଶୃଙ୍ଖଳା କଥା ନକହିବା ଭଲ । ସଦର ମହକୁମାରେ ରହିବି ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦିଆଯାଇ ପାରିନି ।
ତେବେ ୨୦ ବର୍ଷ ହେଲା ବାଲେଶ୍ୱର ବାସୀ ବିଜେଡି ସରକାର ଉପରେ ଭରସା କରି ବାରମ୍ବାର ସମର୍ଥନ କରିଆସୁଥିଲେ । ହେଲେ ଗତ ନିର୍ବାଚନରେ ଜିଲ୍ଲାବାସୀ ମାତ୍ର ୨ଟି ବିଧାନସଭା ଆସନ ଓ ଲୋକସଭା ଆସନ ପରିବର୍ତ୍ତନ କଲେ ବୋଲି ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ ପ୍ରତି ଆଞ୍ଚ ଆସିଗଲା ? ଦେଢ଼ବର୍ଷ ହେଲା ଜିଲ୍ଲାବାସୀଙ୍କ ପ୍ରତି ବୈମାତୃକ ମନୋଭାବ ଦେଖାଇଆସୁଛନ୍ତି। ଗତିଶୀଳ ଥିବା ସବୁ ଉନ୍ନୟନମୂଳକ କାମଗୁଡ଼ିକୁ ମନ୍ଥର କରିଦିଆଯାଇଛି । ବାଲେଶ୍ୱରକୁ ସମଗ୍ର ଓଡ଼ିଶା ରାଜନୀତିର ଏନ୍ତୁଡ଼ିଶାଳ ଭାବେ ଜଣାଯାଏ । ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ସମେତ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ଭଳି ଦୁଇ ବରପୁତ୍ରଙ୍କୁ ଏଇ ମାଟି ତିଆରି କରିଛି । ଏହାଛଡ଼ା ଜିଲ୍ଲାରେ କଳା, ସାହିତ୍ୟ, ସଂସ୍କୃତି, ପର୍ଯ୍ୟଟନ, କୃଷି, ଶିକ୍ଷାକ୍ଷେତ୍ରର ଇତିହାସକୁ ନେଇ ଲମ୍ବା ତାଲିକା ରହିଛି । କିନ୍ତୁ ନବୀନ ସରକାର ସମୟରେ ଏସବୁ ପ୍ରତି ଆଦୌ ପ୍ରାଧାନ୍ୟ ଦିଆଯାଇନାହିଁ । ଏବେ ଉପନିର୍ବାଚନ ଆସିଥିବାରୁ ମାନ୍ୟବରଙ୍କର ପୁଣିଥରେ ବାଲେଶ୍ୱର ବାସୀଙ୍କ କଥା ଏବଂ ବିକାଶର କଥା ମନେପଡ଼ିଛି । ଏତେ ବର୍ଷ ଶାସନରେ ରହିବା ପରେ ବି କ୍ଷମତା ପିପାସୁ ହୋଇ ସମୃଦ୍ଧ ଚିନ୍ତାଶୀଳ ବାଲେଶ୍ୱର ବାସୀଙ୍କୁ ଆଉ ଭୁଆଁ ବୁଲାଇ ପାରିବନି । ଆସନ୍ତା ୩ ତାରିଖରେ ବାଲେଶ୍ୱର ସଦରବାସୀ ୨୦୧୯ ନିର୍ବାଚନ ଭଳି ଆଉଥରେ ବିଜେପିକୁ ଜିତାଇ ତୁମକୁ କଡ଼ା ଜବାବ ଦେବେ । ଅପେକ୍ଷା କରନ୍ତୁ ଆଉ ଆଗକୁ ଦେଖନ୍ତୁ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ