ନବ ନିର୍ବାଚିତ ପଞ୍ଚାୟତ ସ୍ତରୀୟ ପ୍ରତିନିଧି ମାନଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ ଗଞ୍ଜୁଗୁଡ଼ା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଓଡ଼ିଶା ମହିଳା ଜୀବିକା ସୁରକ୍ଷା ମଞ୍ଚ କନ୍ଧମାଳର ଫୁଲବାଣୀ ଶାଖା ତରଫରୁ ବ୍ଲକ ର ନବ ନିର୍ବାଚିତ ପଞ୍ଚାୟତ ସ୍ତରୀୟ ପ୍ରତିନିଧି ମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶାଖାର ଫୁଲବାଣୀ ଓ ଫିରିଙ୍ଗିଆ ଦାୟିତ୍ୱରେ ଥିବା ବ୍ଲକ ସଂଯୋଜିକା ଭାରତୀ ରାଓ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଫୁଲବାଣୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିତା କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଗଂଜୁଗୁଡ଼ା ସରପଂଚ ଆଲୋକ କହଁର, ଗଂଜୁଗୁଡ଼ା ସମିତି ସଭ୍ୟ ପ୍ରଭାକର ପ୍ରଧାନ, କେରେଡ଼ି ସରପଂଚ ବିନିତା ପ୍ରଧାନ, ମିଣିଆ ସରପଞ୍ଚ ଗୌତମ ମଲିକ,ଗୁମାଗଡ଼ ସରପଂଚ ପ୍ରତାପ ଚନ୍ଦ୍ର କହଁର,ଆଲାମୀ ସରପଂଚ ଭରତ କହଁର, ବିଶିପଡ଼ା ସରପଂଚ ସାକାଳି ମଳିକ, ଦଡ଼କି ସରପଂଚ ନମିତା ମଲିକ, ତୁଡ଼ିପାଜୁ ସମିତି ସଭ୍ୟା, କଟ୍ରିଙ୍ଗିଆ ସମିତି ସଭ୍ୟା, ଗୁମାଗଡ଼ ନାଏବ ସରପଂଚ, କେରେଡ଼ି ନାଏବ ସରପଂଚ ପ୍ରମୁଖ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମ ପ୍ରଥମ ପର୍ଯ୍ୟାୟରେ ଉପସ୍ଥିତ ଥିବା ୧୧ ଟି ପଞ୍ଚାୟତ ର ଜନ ପ୍ରତିନିଧି ମାନଙ୍କୁ ପଞ୍ଚାୟତ ସ୍ତରରେ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ, ପଲ୍ଲିସଭା, ଗ୍ରାମସଭା ସଠିକ ଭାବରେ ପରିଚାଳନା କରିବା, ପେଶା ଆଇନ ଜରିଆରେ ଲୋକଙ୍କୁ ଜୀବିକା ଯୋଗାଇବା, ପଞ୍ଚାୟତକୁ ଓ ଲୋକଙ୍କ ପାଇଁ ଆସୁଥିବା ବିଭିନ୍ନ ସରକାରୀ ଯୋଜନାକୁ ଲୋକଙ୍କୁ କିଭଳି ଭାବରେ ଅବଗତ କରାଇବା ଓ ପଞ୍ଚାୟତ ସ୍ତରରେ ଲୋକମାନେ କିଭଳି ଭାବରେ ପଞ୍ଚାୟତ ଓ ବ୍ଲକ ସ୍ତରରେ ଅନୁଷ୍ଠିତ ହେଉଥିବା କାର୍ଯ୍ୟକ୍ରମରୁ ଲାଭ ଉଠାଇ ପାରିବେ ସେ ବିଷୟରେ ସଚେତନ କରାଯାଇଥିଲା।ଅନ୍ୟ ପଟେ ଏହି କାର୍ଯ୍ୟକ୍ରମକୁ ମହିଳା ଜୀବିକା ସୁରକ୍ଷା ମିଶନର ଜନ ସାଥି କୁନି ଦିଗାଲ, ବିଷ୍ଣୁପ୍ରିୟା ପ୍ରଧାନ, ସରୋଜିନୀ ନାୟକ, ଶ୍ରୀମତି ନାୟକଙ୍କ ସହ ଟିକାବାଲି ବ୍ଲକ ସଂଯୋଜକ ସଞ୍ଜୟ ଦିଗାଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ