ବ୍ଲକ୍ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ଆୟୋଜିତ 

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜିଲ୍ଲା ଫୁଲବାଣୀ ନିକଟସ୍ଥ  ଗୁମାଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ବରପଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ଆୟୋଜିତ ହୋଇଯାଇଛି l  ଏହି ସ୍ୱାସ୍ଥ୍ୟ ମେଳା କୁ ଫୁଲବାଣୀ ବିଧାୟକ  ଅଙ୍ଗଦ କହଁର ଓ ବ୍ଲକ ଅଧ୍ୟକ୍ଷ  ଶ୍ରୀମତୀ ସସ୍ମିତା କହଁର ଉଦଘାଟନ କରିଥିଲେ l ଏଥିରେ ୧୧ ଟି ପଞ୍ଚାୟତ ର ସରପଞ୍ଚ ଉପସ୍ଥିତ ଥିଲେ  l ସ୍ୱାସ୍ଥ୍ୟ ମେଳା ରେ ୧୬ଟି ଷ୍ଟଲ ହୋଇଥିଲା l  ପ୍ରସୂତୀ, ଶିଶୁ,ଭେଷଜ, ଶୈଲ୍ୟ, ଦନ୍ତ, ନାଶା, ଗଳା, ଚକ୍ଷୁ, ଅଣ ସଂକ୍ରାମକ ରୋଗ, କୁଷ୍ଠ, ଟିବି ରୋଗ ବିଭାଗୀୟ ବିଶେଷଜ୍ଞ ଡାକ୍ତର ଉପସ୍ଥିତ ରହି ସ୍ୱାସ୍ଥ୍ୟ ସେବା ପ୍ରଦାନ କରିଥିଲେ l ମୋଟ ୫୬୬ ଲୋକ ଆସି ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ l  ସେଥିମଧ୍ୟରୁ ୨୦ ଜଣ ଙ୍କ ଡିଜିଟାଲ ଆଇଡି କରାଯାଇଛି l ୧୮୮ ଜଣ ଉଚ୍ଚ ରକ୍ତଚାପ ,୯୩ ଜଣ ମଧୁମେହ ,୩୧ଜଣ ମୋତିଆବିନ୍ଦୁ ପରୀକ୍ଷା କରାଇଥିଲେ ଏବଂ ୨୦ ଜଣ ଙ୍କୁ ଟେଲି ମେଡ଼ିସିନ କରାଯାଇଥିଲା l ସ୍ୱାସ୍ଥ୍ୟ ମେଳାରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ଡାକ୍ତର , ସ୍ୱାସ୍ଥ୍ୟ,କର୍ମଚାରୀ ଓ ଆଶା, ଅଙ୍ଗନୱାଡ଼ି କର୍ମୀ ଯୋଗ ଦେଇଥିଲେ l ସ୍ୱାସ୍ଥ୍ୟ ଶିକ୍ଷା ପ୍ରଦର୍ଶନୀ ହେବା ସହିତ ପରିବାର ନିୟୋଜନ ପଦ୍ଧତି ଏବଂ ସମନ୍ୱିତ ଶିଶୁ ବିକାଶ ବିଭାଗ ପୋଷଣ ପ୍ରଦର୍ଶନୀ କରିଥିଲେl ଆୟୁଷ ଡାକ୍ତର ଆରୋଗ୍ୟ ,ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ବିଷୟରେ ଲୋକଙ୍କୁ ଜଣାଇଥିଲେ l ଏହି ସ୍ୱାସ୍ଥ୍ୟ ଶିକ୍ଷା ପ୍ରଦର୍ଶନୀ କାର୍ଯ୍ୟକ୍ରମ ଟିକୁ ଜନ ସ୍ଵାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ଜୋଶ୍ନାରାଣୀ ମହାନ୍ତି ପରିଚାଳନା କରୁଥିଲେ  l ଏଥି ସହ ବିଭିନ୍ନ ବିଭାଗ ମିଶନ୍ ଶକ୍ତି, ଶିଶୁ ସୁରକ୍ଷା, ପ୍ରଦାନ, ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ମେଳା ରେ ସାମିଲ ହୋଇଥିଲେ l  ଏହି ଅବସରରେ ଏକ ରକ୍ତଦାନ ଶିବିର କରାଯାଇ ୨୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି l ଏହି ସ୍ୱାସ୍ଥ୍ୟ ମେଳା ରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ର ବିଶେଷଜ୍ଞ ଡାକ୍ତର ଉପସ୍ଥିତ ରହି  ଲୋକମାନଙ୍କୁ ସେବା ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମକୁ ଗୁମାଗଡ଼ ଡାକ୍ତରଖାନା ର ଗୋଷ୍ଠୀ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର କଳ୍ପନା ଦଲେଇ , ଗୋଷ୍ଠୀ ପ୍ରକଳ୍ପ ପରିଚାଳକ ପ୍ରଶାନ୍ତ ମହାପାତ୍ର, ଗୋଷ୍ଠୀ କୋଷ ପରିଚାଳକ ପ୍ରକାଶ ମହାନ୍ତି, ଅନ୍ମୋଲ ଆୟେଶା ତଥ୍ୟ ପରିଚାଳକ ପ୍ରତ୍ୟୁଷ ସାବତ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ  କରିଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ