ପଞ୍ଚାୟତରେ ବିଜେପିର ପ୍ରଚାର
ବାଲେଶ୍ୱର, (ସରୋଜ ପଣ୍ଡା) :-ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପ-ସଭାପତି ତଥା ସଦର ନିର୍ବାଚନ ମଣ୍ଡଳୀର ନେତା ମାନସ କୁମାର ଦତ୍ତ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଶୁକ୍ରବାର ବୁଆଁଳ ପଞ୍ଚାୟତରେ ଘର ଘର ବୁଲି ଭୋଟଭିକ୍ଷା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନା ଓ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଲୋକଙ୍କୁ ସଚେତନ କରିଥିଲେ ସେ । । ଗତ ସଦର ଉପନିର୍ବାଚନରେ ବିଜୁ ଜନତା ଦଳ ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତି ଆଜି ପାଣିର ଗାର ଭାବେ ପ୍ରମାଣିତ ହୋଇଥିବା ବେଳେ ଏବେ ଆଉ ରାଜ୍ୟ ସରକାରଙ୍କ ମିଠକଥାରେ ନ ଭୁଲି ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଶ୍ରୀ ଦତ୍ତ ସମସ୍ତଙ୍କୁ ନିବେଦନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ୨୫ ନଂ ଜିଲ୍ଲା ପରିଷଦ ପ୍ରାର୍ଥୀ ଗୟାଧର ବେହେରା, ବୁଆଁଳ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଜିତେନ ଜେନା, ସମିତି ସଭ୍ୟ ପ୍ରାର୍ଥୀ ମାୟାଧର ମହାଳିକ, ବରିଷ୍ଠ ବିଜେପି ନେତା ରବିନାରାୟଣ ମହାପାତ୍ର, ମଣ୍ଡଳ ପ୍ରଭାରୀ ଗୌରାଙ୍ଗ ଦାସ, ପଞ୍ଚାୟତ ସଭାପତି ମୁରଲୀଧର ମହାପାତ୍ର, ଶ୍ରୀକାନ୍ତ ମହାପାତ୍ର, କରୁଣାକର ମହାଳିକ, ବେଣୁଧର ପରିଡା, ବାବୁ ପାଢୀ, ଜୟନ୍ତୀ ପଣ୍ଡା ପ୍ରମୁଖ ଏହି ପ୍ରଚାର କାର୍ଯ୍ୟରେ ସାମିଲ ହୋଇଥିଲେ ।


