ପହାଡିଆ ନଦୀରେ ବନ୍ୟାଜଳଗଜପତିର ୬୦ରୁ ଉର୍ଦ୍ଧ ଗ୍ରମ ବାହ୍ୟ ଜଗତରୁ ବିଚ୍ଛିନ୍ନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗତକିଛି ଦିନ ଧରି ଲଗାଣ ବର୍ଷା ଯୋଗୁଁ ଗଜପତି ଜିଲ୍ଲାର ମୋହନା ବ୍ଲକରେ ରହିଥିବା କେତେକ ପାହାଡିଆ ନଦୀ ଓ ନାଳରେ ଜଳ ସ୍ତର ବିଶେଷ ଭାବେ ବୃଦ୍ଧି ପାଇଛି । ଏଗୁଡିକରେ ପ୍ରବଳ ବନ୍ୟାଜଳ ଆସିବା ଯୋଗୁଁ ଏହି ଅଞ୍ଚଳର ୬୦ରୁ ଉର୍ଦ୍ଧ ଆଦିବାସୀ ବସ୍ତି ଓ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିଛି । ଗରଡମା ପଞ୍ଚାୟତର ସରପଞ୍ଚ ନରେଶ ମୁଠାମାଝି କହିଛନ୍ତି,ମୋହନା ବ୍ଲକ ଠାରୁ ୪୦କିମି ଦୂରରେ ଥିବା ପାଣିଗଣ୍ଡା ଠାରୁ ଗରଡମାକୁ ସଂଯୋଗ କରୁଥିବା ରାସ୍ତାରେ ଥିବା ଢେପାଗୁଡା ନଦୀର ଜଳସ୍ତର ଏତେ ମାତ୍ରାରେ ବଢିଛି ଯେ,ନଦୀ ପୋଲ ଉପରେ ୫ଫୁଟ ବନ୍ୟାଜଳ ପ୍ରବାହିତ ହେଉଛି । ଏହା ଦ୍ୱାରା ଏହି ଅଞ୍ଚଳରେ ୪୦ଗୋଟି ଗ୍ରାମର ଲୋକେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ପଡିଛନ୍ତି । ସେହିପରି ଢେପାଗୁଡା ଠାରୁ ଖମ୍ବାରୀ ଗାଁ ରାସ୍ତାରେ ୩ଗୋଟି ପାହାଡିଆ ନାଳ ରହିଛି । ଲଗାତର ବର୍ଷା ଯୋଗୁଁ ପ୍ରଖର ବେଗରେ ବନ୍ୟାଜଳ ପ୍ରବାହିତ ହେବା ଯୋଗୁଁ ଲୋକଙ୍କ ଜୀବନଯାତ୍ରା ଏହି ରାସ୍ତାଦେଇ ବନ୍ଦ ହୋଇଛି । ୨୦ରୁ୨୫ ଗୋଟି ଗ୍ରାମବାସୀ ଏଥିରେ ପ୍ରଭାବିତ ହୋଇଛନ୍ତି । କେବଳ ବର୍ଷାଦିନରେ ନୁହେଁ ଅନ୍ୟ ଦିନରେ ମଧ୍ୟ ଏହି ଅଞ୍ଚଳରେ ସାମାନ୍ୟ ବର୍ଷା ହେଲେ ଏହି ପାହାଡିଆ ନଦୀ ଓ ନାଳରେ ପ୍ରବଳ ବନ୍ୟାଜଳ ଆସି ଲୋକଙ୍କ ଜୀବନଯାତ୍ରା ବ୍ୟହାତ ହୁଏ । ପ୍ରଶାସନ ଓ ସରକାର ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରିବା ପାଇଁ ସରପଞ୍ଚ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ