ପାରଳାରେ “ମୋ ସ୍କୁଲ ଅଭିଯାନ”ପୁରାତନ ଛାତ୍ରଙ୍କ ଦାନରେ ଉନ୍ନତି ହେବ ମହାରାଜାଙ୍କ ସ୍କୁଲ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ “ମୋ ସ୍କୁଲ ଅଭିଯାନ” ସଂପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ ଯୋଗଦେଇ ବିଦ୍ୟାଳୟର ଉପସ୍ଥିତ ସମସ୍ତ ଶିକ୍ଷକ, କର୍ମଚାରୀଙ୍କୁ ମୋ ସ୍କୁଲ ଅଭିଯାନର ଉଦ୍ଦେଶ୍ୟ ଓ ସଫଳତା ସଂପର୍କରେ ବୁଝାଇଥିଲେ । ବିଦ୍ୟାଳୟର ପୁରାତନ ଛାତ୍ରମାନଙ୍କୁ ବିଦ୍ୟାଳୟର ଉନ୍ନତି ପାଇଁ ସହଯୋଗ କରିବା, ଆଲୁମିନି ଗଠନ କରିବା, ମୋ ସ୍କୁଲ ପାଣ୍ଠି ଗଠନ କରିବା ଓ ପାଣ୍ଠି ପାଇଁ ଦାନ ସଂଗ୍ରହ କରିବା ତଥା ସଂଗୃହିତ ଅର୍ଥକୁ ମୋ ସ୍କୁଲ ଖାତାରେ ଜମା କଲେ ସରକାର ଦୁଇଗୁଣ ଅନୁଦାନ ପ୍ରଦାନ କରିବେ ବୋଲି ବୁଝାଇଥିଲେ । ଉକ୍ତ ଅର୍ଥ ଦ୍ୱାରା ବିଦ୍ୟାଳୟର ଉନ୍ନତୀ ଓ ସୌନ୍ଦର୍ଯୀକରଣରେ ବିନିଯୋଗ କରିବା ପାଇଁ ଶ୍ରୀ ନାଗ ପରାମର୍ଶ ଦେଇଥିଲେ । ବୈଠକରେ ପ୍ରଧାନ ଶିକ୍ଷକ ଡ.ବୃଷକେତୁ ଦାଶ ସହକର୍ମୀ ଓ ପୁରାତନ ଛାତ୍ରଗଣ ଦାନ କରିବା ପାଇଁ ଆହ୍ୱାନ କରିଥିଲେ । ବୈଠକରେ ୧ଲକ୍ଷ ୬୦ ହଜାର ଟଙ୍କା ଆଦାୟ ହୋଇଥିଲା । ଜିଲ୍ଲା ଶିକ୍ଷା ଅଧିକାରୀ ପୌଷ୍ୟ ବିଦ୍ୟାଳୟ ରୂପେ ମୋ ସ୍କୁଲ ପାଣ୍ଠିକୁ ୧୦ହଜାର ଟହ୍‌କା ପ୍ରଦାନ କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସିଏ ଭେଙ୍କଟେଶ୍ୱର, ଚିତ୍ରା ରଥ, ମୀନାକ୍ଷୀ ପାଢୀ, ଜଗନ୍ନାଥ ପଟ୍ଟନାୟକ, ୱାଇ ଧର୍ମା ରାଓ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ