ବନ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କଲେ ଜିଲା ଜରୁରୀକାଳୀନ ଅଧିକାରିଣୀ
ବନ୍ତ, (ଚାନ୍ଦିନୀ ମହାନ୍ତି):ଜିଲା ଜରୁରୀ କାଳୀନ ଅଧିକାରିଣୀ ମନୋରମା ଜାଲି ରାଜ୍ୟ ବିପର୍ଯ୍ୟୟ ପରଚାଳନା କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ କ୍ରମେ ବନ୍ତ ବ୍ଲକ ଚାରିଗାଁ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରିଛନ୍ତି । ସେ ଷ୍ଟୋର ରେକର୍ଡ ପତ୍ର ସମେତ ସମସ୍ତ ସାମଗ୍ରୀ ତନଖି କରିଥିଲେ । ସାମଗ୍ରୀ ଗୁଡିକର ବର୍ତ୍ତମାନର ଅବସ୍ଥା ବିଷୟରେ ସେ ଅନୁଧ୍ୟାନ କରିଥିଲେ । ପରେ ସେ ପରିଚାଳନା ଓ ରକ୍ଷଣାବେକ୍ଷଣ କମିଟି ସହିତ ଆଲୋଚନା କରିଥିଲେ । ପରିଦର୍ଶନ ବେଳେ ଜିଲା ବିପର୍ଯ୍ୟୟ ପରିଚାଳନା ସଂଯୋଜକ ଅମ୍ଳାନ ସେନାପତି, ପରିଚାଳନା କମିଟିର ସମ୍ପାଦକ ରାମ ଚନ୍ଦ୍ର ସାହୁ, ସଭ୍ୟ ଅନାମ ଜେନା, ନରେନ୍ଦ୍ର ସାହୁ, ରଞ୍ଜନ ସାହୁ, ମଙ୍ଗୁଳି ଜେନା, ଚନ୍ଦ୍ରକାନ୍ତ ବେହେରାଙ୍କ ସମେତ ସ୍ୱେଚ୍ଛାସେବୀ ସଂସ୍ଥା ସି.ଏଫ.ଡବ୍ଲ୍ୟୁ.ଏସ୍.ଡିର ସମ୍ପାଦକ ଉପସ୍ଥିତ ଥିଲେ ।


