ବାଲେଶ୍ୱର ଜିଲା ଛାତ୍ର କଂଗ୍ରେସ ପକ୍ଷରୁ ରକ୍ତଦାନ ଶିବିର
ବାଲେଶ୍ୱର, (ସରୋଜ ପଣ୍ଡା): ରାଜ୍ୟ ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ସ୍ୱର୍ଗତ ସଂଗ୍ରାମ କେଶରୀ ଜେନାଙ୍କ ସ୍ମୃତିରେ ବାଲେଶ୍ୱର ଜିଲା ଛାତ୍ର କଂଗ୍ରେସ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଜିଲା ଛାତ୍ର କଂଗ୍ରେସ ସଭାପତି ଗୌତମ ସାହୁଙ୍କ ନେତୃତ୍ୱରେ ଆୟୋଜିତ ଏହି ଶିବିରରେ ପ୍ରଥମେ ନିରବ ପ୍ରାର୍ଥନା ଓ ସ୍ୱର୍ଗତ ଜେନାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏଥି ସହିତ ଅଗଷ୍ଟ କ୍ରାନ୍ତି ଦିବସରେ ଛାତ୍ର କଂଗ୍ରେସ ପକ୍ଷରୁ ହୋଇଥିବା ବିଭିନ୍ନ ପ୍ରକାର ଅନଲାଇନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା । ସଭାପତି ଶ୍ରୀ ସାହୁଙ୍କ ସମେତ ରାଜ୍ୟ ମହିଳା କଂଗ୍ରେସ ସାଧାରଣ ସମ୍ପାଦକ ଅର୍ଚ୍ଚନା ନନ୍ଦୀ, ଜିଲା କଂଗ୍ରେସ ଉପ-ସଭାପତି ଗୋପୀନାଥ ପାଢ଼ୀ, ସଦର ବ୍ଲକ ସଭାପତି ଜୟକୃଷ୍ଣ ବେହେରା, ଜିଲା କଂଗ୍ରେସ ସାଧାରଣ ସମ୍ପାଦକ ଦେବଦତ୍ତ ଦାସ ଓ ସ୍ମାରକ ଦାସ, ଜିଲା ଯୁବ କଂଗ୍ରେସ ସଭାପତି ରଂଜନ ଦାସ, ଜିଲା କଂଗ୍ରେସ ସମ୍ପାଦକ ପଶୁପତି ଉପାଧ୍ୟାୟ ପ୍ରମୁଖ ଏଥିରେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହିତ ଏହି ଭଳି ଶିବିର ଜିଲାର ରକ୍ତ ଅଭାବ ପୁରଣରେ ସହାୟକ ହେବ ବୋଲି ଆଶା ପ୍ରକାଶ କରିଥିଲେ । ସଦର ଓ ଟାଉନ ସମେତ ବ୍ଲକ ଛାତ୍ର କଂଗ୍ରେସର ସଦସ୍ୟ ଓ କର୍ମକର୍ତ୍ତାମାନେ ଏଥିରେ ରକ୍ତଦାନ କରିଥିଲେ । ଛାତ୍ରନେତା ଜୀବନ ମହାପାତ୍ର, ନବ ପ୍ରସାଦ ଭୂୟାଁ, ସୌରଭ ବେହେରା, ରାଧାକାନ୍ତ ସାହୁ, ଦ୍ୟୁତିକୃଷ୍ଣ ଦାସମହାପାତ୍୍ର, ଶାନ୍ତନୁ ମହାପାତ୍ର, ଅଙ୍କୁର ମହାଳିକ, ମୁକ୍ତ ଷଡ଼ଙ୍ଗୀ ପ୍ରମୁଖ ଏଥିରେ ଉପସ୍ଥିତ ରହି ଶିବିର ପରିଚାଳନାର ସକ୍ରିୟ ସହଯୋଗ କରିଥିଲେ ।


