ବିଇଓଙ୍କ କାର୍ଯ୍ୟାଳୟ ତରଫରୁ ବିଇଓ ଏବିଇଓ ଙ୍କୁ ଅବସର ସମ୍ବର୍ଦ୍ଧନା

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ବିଇଓ ଧନେଶ୍ୱର ଖଣ୍ଡେଇ, ଏବିଇଓ ସୁରେଶ କୁମାର ଜେନା ଓ ବରିଷ୍ଠ କିରାଣି ସୁରେନ୍ଦ୍ର କୁମାର ସାଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆ ଯାଇଛି। ଏବିଇଓ ପ୍ରମୋଦ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ ପୂର୍ବତନ ବ୍ଲକ ଶିକ୍ଷା ଅଧିକାରୀ ଶରତ ଚନ୍ଦ୍ର ରାଉତ, ପୂର୍ବତନ ଏବିଇଓ ଚତୁର୍ଭୁଜ ପହି, କଟକର ଏବିଇଓ ମଞ୍ଜୁଲତା ରାଉତ,ବିଶିଷ୍ଟ ଶିକ୍ଷାବିତ ହରମୋହନ ପଣ୍ଡା, ରାମଚନ୍ଦ୍ର ମହାନ୍ତି, ସୁରେନ୍ଦ୍ର କୁମାର ବଳ ପ୍ରମୁଖ ଯୋଗଦେଇ ବିଦାୟୀ ବିଇଓ, ଏବିଇଓ ଏବଂ ବରିଷ୍ଠ କିରାଣିଙ୍କ କର୍ମମୟ ଜୀବନୀ ଉପରେ ଆଲୋକପାତ କରିବା ସହ ସେମାନଙ୍କ ଅବସର ଜୀବନ ଶୁଖମୟ ହେଉ ବୋଲି ପ୍ରାର୍ଥନା କରିଥିଲେ। ବିଶେଷ କରି ଦୁଇଜଣ ଅଧିକାରୀଙ୍କ ଏକ ସଙ୍ଗେ ଅବସର ନେବା ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପାଇଁ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିବ ବୋଲି ମତ ଦେଇଥିଲେ। ଏହି ଅବସରରେ ସେମାନଙ୍କୁ କାର୍ଯ୍ୟାଳୟ ଓ ସିଆରସିସି ମାନଙ୍କ ପକ୍ଷରୁ ମାନପତ୍ର ଓ ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶୁଶ୍ରୀ ସଂଗୀତା ବେହେରା,ଦେବାଶିଷ ବାରିକ, ସ୍ୱାଗତ ସଙ୍ଗୀତ ଗାନ କରିଥିବା ବେଳେ ଶିକ୍ଷକ ପ୍ରଫୁଲ କୁମାର ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ। କେଶବ ଚନ୍ଦ୍ର କର, ଅଲୋକ କୁମାର ନାଥ, ଆର୍ତ୍ତତ୍ରାଣ ଜେନା, ନିହାର ରଞ୍ଜନ ସ୍ୱାଇଁ, ସୁମନ୍ତ ନାୟକ, ସୁଶାନ୍ତ ସ୍ୱାଇଁ, ଗଦାଧର ଜେନା, ଲକ୍ଷ୍ମଣ ମାଝୀ, ବସନ୍ତ ନାଇକ, ବିନୟ ଜେନା, ପ୍ରଦୀପ ଦେହୁରୀ, ବୁଦ୍ଧଦେବ ରାଉତ, ଜାତୀନ୍ଦ୍ର ସ୍ୱାଇଁ, ବିଶ୍ୱଭୂଷଣ ରାଉଳ, ମଙ୍ଗଳ ହାଁସଦା, ସବ୍ୟସାଚୀ ସା, ରଶ୍ମି ରେଖା ଯେନା, ସଞ୍ଜୟ କୁମାର ସାହୁ, ସୁଶାନ୍ତ କୁମାର ସାହୁ,ବିଘ୍ନରାଜ ଜେନା, ଗଜେନ୍ଦ୍ର ମହାପାତ୍ର, ଗୀତାଞ୍ଜଳୀ ଦାସ, ସଂଗ୍ରାମ କେଶରୀ ନାୟକ, ବ୍ରଜ କିଶୋର ସେଠୀ, କାଳନ୍ଦୀ ଚରଣ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆଜି ସକାଳେ କର୍ମଚାରୀ ମାନେ ଅଧିକାରୀ ମାନଙ୍କ ଘରକୁ ଯାଇ ସେମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ କାର୍ଯ୍ୟାଳୟ କୁ ପାଛୋଟି ଆଣିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ