ମିଛ ଯୋଜନା ନାଁ ରେ ଲୋକଙ୍କୁ ଭୁଆଁ ବୁଲାଉଛି ବିଜେପି ଓ ବିଜେଡି- ଜୟଦେବ ଜେନା
ହାଟଡ଼ିହି, (ବିକାଶ ବିଶ୍ୱାଳ):ବିଜେପି ବିଜେଡି ନିର୍ବାଚନ ପାଇଁ ମିଛ ଯୋଜନା ନାଁ ରେ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି। ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ପନ୍ଦାଡୋ ପଞ୍ଚାୟତ ବଣିଆଜୋଡି ଠାରେ କଂଗ୍ରେସ କର୍ମୀଙ୍କ ଦ୍ୱାରା ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ ରେ ଯୋଗଦେଇ ପୂର୍ବତନ ପିସିସି ସଭାପତି ତଥା ପୂର୍ବତନ ମନ୍ତ୍ରୀ ଜୟଦେବ ଜେନା ବିଜେପି ଓ ବିଜେଡିକୁ ଭର୍ତ୍ସନା କରିଛନ୍ତି। କେନ୍ଦ୍ରର ବିଜେପି ସରକାର ଏବଂ ରାଜ୍ୟର ବିଜେଡି ସରକାର କିଭଳି ଭାବେ ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ଦାଦନ ସମସ୍ୟା , ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀଙ୍କ ନାମ କାଟିବା, ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗଙ୍କ ପ୍ରତି ଅନ୍ୟାୟ, ମହିଳା ମାନଙ୍କ ନାମରେ ମିଛ ଯୋଜନା କରି ଭୁଆଁବୁଲାଉ ଛନ୍ତି ସେ ସମ୍ପର୍କରେ ବିଶେଦାଗାର କରିଥିଲେ। ପ୍ରଭୁ ଜଗନ୍ନାଥ ଏବଂ ପ୍ରଭୁ ଶ୍ରୀରାମଙ୍କୁ ନେଇ ଉଭୟ ରାଜରାସ୍ତାରେ ମିଛ ରାଜନୀତି କରିବା, ଯାତ୍ରୀ ନ ଥାଇ କିପରି ଲଷ୍ମୀବସ ଚଲା ଯାଉଛି ତାହା ଲୋକେ ଠିକ ବୁଜିଲେଣି ବୋଲି କହିଥିଲେ। ଆଗାମୀ ନିର୍ବାଚନ ରେ ଓଡ଼ିଶାରେ କଂଗ୍ରେସ ଶାସନ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ଏହି ସମ୍ମିଳନୀରେ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ। ପ୍ରବୀଣ କୁମାର ଜେନା, ସୁଶାନ୍ତ କୁମାର ଜେନା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।


