ବିଜୁ ଜନତା ଦଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ): ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁର ମହାନଗର ନିଗମ ୩୯ ନମ୍ବର ୱାର୍ଡ ବିଜୁ ଜନତା ଦଳ ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ରକ୍ତଦାନ ଠାରୁ ଆଉ କେଉଁ ଦାନ ବଡ଼ ନୁହେଁ । ତେଣୁ କୁହାଯାଉଛି ରକ୍ତଦାନ ମହତ ଦାନ । କରୋନା ମହାମାରୀ ଯୋଗୁଁ ଘଟିଥିବା ଲକଡାଉନ ସମୟରେ ଯେମିତି ରକ୍ତର ଅଭାବ ନହେଉ ଏବଂ ରକ୍ତର ଅଭାବ ଯୋଗୁଁ କାହାର ଜୀବନ ଯେମିତି ନଯାଉ ଏହି ମହାନ ଚିନ୍ତାଧାରା ନେଇ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୩୯ ନମ୍ବର ୱାର୍ଡ ବିଜୁ ଜନତା ଦଳ ତରଫରୁ ଜୀବନ ବିନ୍ଦୁ ଭଳି ଏକ ମହାନିୟ କାର୍ଯ୍ୟ କରିଛନ୍ତି । ଏହି ରକ୍ତଦାନ ଶିବିରକୁ ମାନ୍ୟବର ଗୋପାଳପୁର ବିଧାୟକ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ ଉଦଘାଟନ କରି ରକ୍ତଦାନ କରୁଥିବା ଯୁବକମାନଙ୍କୁ ଉତ୍ସାହିତ କରିଛନ୍ତି । ଏହି ରକ୍ତଦାନ କାର୍ଯ୍ୟକ୍ରମରେ ୧୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ମାନ୍ୟବର ଗୋପାଳପୁର ବିଧାୟକ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ସହ ଓଡିଶା ମୋ ପରିବାର ସଂଯୋଜକ ସୁବାଷ ମହାରଣା, ଜିଲ୍ଲା ସାଧାରଣ ସମ୍ପାଦକ ଜଗନ୍ନାଥ ସାବତ,ଗଞ୍ଜାମ ଜିଲ୍ଲା ଛାତ୍ର ସଭାପତି ପ୍ରଶାନ୍ତ କୁମାର ପଣ୍ଡା ଓଡିଶା ବିଜୁ ଯୁବ ଜନତା ଦଳ ସାଧାରଣ ସମ୍ପାଦକ ଏନ.ଧନଞ୍ଜୟ ରାଓ, ମହାନଗର ସଭାପତି ବିଜୟ ସାମଲ,ବରିଷ୍ଠ ବିଜେଡି ନେତା ପ୍ରତାପ ମିଶ୍ର,ବନମାଳୀ ସେଠି, ରବି ସେଠି, ସନ୍ତୋଷ କୁମାର ଜେନା, ସତୀଶ ଚନ୍ଦ୍ର ନାହାକ, ସଞ୍ଜୟ ପାତ୍ର, ଶ୍ରୀକାନ୍ତ ବିଶୋଇ, ବିଲୁ ଦାଶ, ମନୋଜ ଗୌଡ଼, ରାମକୃଷ୍ଣ ମହାପାତ୍ର, ଜି. ଗୋପାଳ ରେଡ୍ଡୀ, କମା ପ୍ରସାଦ ସେଠି, ଏବଂ ବହୁ ବିଜୁ ଜନତା ଦଳ କର୍ମୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ