ଅଲଣାହାଟ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦର ସଂଯୋଜକଙ୍କ ପରଲୋକରେ ଶୋକ ସଭା 

ନାଉଗାଁ,(ଓ୍ବାଇଏନ୍ଏସ୍): ଅଲଣାହାଟ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦର ସଂଯୋଜକ ବନମାଳୀ ପଟ୍ଟନାୟକ(୭୦)ଙ୍କର ପରଲୋକ ଘଟିଛି । ଏହି ପରିପ୍ରକ୍ଷୀରେ ଅଲଣାହାଟ ଉଚ୍ଚ ବିଦ୍ୟାଳୟ ପରିସରରେ ଡାକ୍ତର ରାଖଲ ରାୟଙ୍କ ସଭାପତିତ୍ୱରେ ଏକ ଶୋକସଭାର ଆୟୋଜନ କରାଯାଇଥିଲା । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉଲ୍ଲାସ ଚନ୍ଦ୍ର ରାୟ, ରାଜେନ୍ଦ୍ର ପ୍ରସାଦ ମହାନ୍ତି, ନବକିଶୋର ମହାନ୍ତି, ବଂଶୀଧର ଆଚାର୍ଯ୍ୟ, ପ୍ରମୋଦ ସ୍ୱାମୀ, ବଂଶୀଧର ବେହେରା, ପ୍ରଦୋଷ ମହାନ୍ତି, ସଚ୍ଚିକାନ୍ତ ସାହୁ, ଜ୍ୟୋତିର୍ମୟୀ ଆଚାର୍ଯ୍ୟଙ୍କ ସହିତ ଛାତ୍ର ସଂସଦର ବହୁ କାର୍ଯ୍ୟକର୍ତା ଓ ଅଂଚଳର ବିଶିଷ୍ଠ ବ୍ୟକ୍ତିମାନେ ଉପସ୍ଥିତ ରହି ତାଙ୍କର ବହୁମୁଖି ପ୍ରତିଭାର ସ୍ମୃତିଚାରଣ କରିଥିଲେ । ପ୍ରକାଶ ଥାଉକି ଭୁବନେଶ୍ୱରସ୍ଥିତ ଝିଅଙ୍କ ବାସଭବନରେ ବନମାଳୀଙ୍କର ଦେହାନ୍ତ ହୋଇଥିଲା । ତାଙ୍କ ମର ଶରୀରକୁ ପୁରୀ ସ୍ୱର୍ଗ ଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଝିଅ ଲିପ୍ସା, ଜ୍ୱାଇଁ ଲଲାଟେନ୍ଦୁ ଓ ବହୁ ଶୁଭେଛୁମାନଙ୍କ ଉପସ୍ଥିତିରେ ତାଙ୍କ ପୁତ୍ର ସର୍ବଜିତ ପଟ୍ଟନାୟକ ମୁଖାଗ୍ନୀ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ