ବିଜେଡି ଜନ ସମ୍ପର୍କ ପଦଯାତ୍ରା
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ନପଙ୍ଗ ଠାରେ ଵିଜେଡି ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଯୁବ ନେତା ଆକାଶ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ସୁମତି ସେଠୀ,ଉପାଧ୍ୟକ୍ଷ ପ୍ରଣିନ୍ତକାନ୍ତି ସାମଲ, ବ୍ଲକ ଵିଜେଡି ସଭାପତି ଲକ୍ଷ୍ମୀଧର ସାହୁ, ଜିଲ୍ଲାପରିଷଦ ସଭ୍ୟ ଉତ୍କଳ କେଶରୀ ମହାନ୍ତି, ହେମନ୍ତ ଜେନା ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ଜନହିତକର କାର୍ଯ୍ୟ ବାବଦରେ ଜନ ସଚେତନତା ସୃଷ୍ଟି କରିଥିଲେ।ଏଥିରେ ପଂଚାୟତ ଅଂଚଳର ବରିଷ୍ଠ ଵିଜେଡି ନେତା,ଯୁଵ,ଛାତ୍ର ଓ ମହିଳା ମାନେ ଯୋଗ ଦେଇଥିଲେ।କର୍ମି ମାନେ ପଦଯାତ୍ରାରେ ସାହିକୁ ସାହି ଯାଇ ଜନ ସାଧାରଣ ମାନଙ୍କ ସହିତ ଭାବ ବିନିମୟ କରିଥିଲେ।