ବିନା ନୋଟିସରେ ଘର ଭାଙ୍ଗିବାକୁ ନେଇ ଅଭିଯୋଗ
ହାଟଡିହି,(ଯୁଗାବ୍ଦ ନ୍ୟୁଜ୍): ଓରାଳି ଶାଳଣିଆଁ ରାସ୍ତା ନିର୍ମାଣ ସମୟରେ କୌଣସି ନୋଟିସ ନଦେଇ ବିନା ସୁଚନାରେ ଜଣେ ବ୍ୟକ୍ତିଙ୍କ ଘରକୁ ଯୋର ଜବରଦସ୍ତ ଭାଙ୍ଗି ଦେବାନେଇ ଅଭିଯୋଗ ହୋଇଛି । ଏନେଇ ତହସିଲଦାରଙ୍କ ଠାରୁ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସବୁଠି ଅଭିଯୋଗ କରିôତଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ସେ ଅଭିଯୋଗ କରିଛନ୍ତି । ଓରାଳି ଗ୍ରାମର ବୀରବଲ୍ଲବ ସାହୁ ଓ ମମତା ସାହୁଙ୍କ ଅଭିଯୋଗ ଅନୁଯାଇ ଓରାଳି ଶାଳଣିଆଁ ରାସ୍ତା ପ୍ରସସ୍ଥି କରଣ କାର୍ଯ୍ୟ ଚାଲିଛି । ଏହି କାର୍ଯ୍ୟ ସମୟରେ ତାଙ୍କ ଘର ନିକଟରେ ସଙ୍କିର୍ଣ୍ଣତା ଦର୍ଶାଇ ରାଜସ୍ୱ ନିରୀକ୍ଷକ ବିନା ନୋଟିସ କି ବିନା କ୍ଷତିପୁରଣରେ ତାଙ୍କ ପଟ୍ଟାଭୁକ୍ତ ଜମିରେ ଥିବା ପକ୍କାଘରଟିକୁ ଭାଙ୍ଗି ଦେଇଥିଲେ । ସମ୍ମୁଖରେ ଅନ୍ୟ ଜଣଙ୍କର ଘର ରାସ୍ତାକୁ ମାଡିକି ଥିଲେବି ତାଙ୍କ ଘର ଭଙ୍ଗା ଗଲାନାହିଁ । ଆକ୍ରୋଶ ମୁଳକ ଭାବେ କେବଳ ମୋ ଘରକୁ ଭଙ୍ଗା ଯାିଛି ବୋଲି ମମତା ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ସେ ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଥିଲେବି କେହି ତାଙ୍କ ଗୁହାରୀ ଶୁଣୁ ନଥିବା ସେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ରାଜସ୍ୱ ନିରୀକ୍ଷକଙ୍କୁ ପଚାରିବାରେ ସେ ଗ୍ରାମବାସୀଙ୍କ ଉପସ୍ଥିତିରେ କେବଳ ମାପ କରିଥିଲେ । ଘର ଭଙ୍ଗା କଥା ସେ କହିପାରିବେ ନାହିଁ ବୋଲି କହିଛନ୍ତି ।


