ମନ ଜିତୁଛି “ଛମୋ’
ମୁମ୍ବାଇ: ଅକ୍ଟୋବର ୨୧ ତାରିଖରେ ରିଲିଜ ହୋଇଥିଲା ହାଉସଫୁଲ ଫୋରର ଗୀତ ଛମୋ । ତେବେ ଦର୍ଶକ ଏହାକୁ ଢେର ପସନ୍ଦ କରିଛନ୍ତି । କାରଣ ରିଲିଜ ହେବାର ଦିନକ ମଧ୍ୟରେ ୟୁଟ୍ୟୁବରେ ୫୦ ଲକ୍ଷରୁ ଅଧିକ ଦର୍ଶକ ଏହାକୁ ଦେଖି ସାରିଲେଣି । ଘଣ୍ଟାକୁ ଘଣ୍ଟା ଏହି ଗୀତର ପ୍ରଶଂସକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।
ଏହି ଗୀତରେ ୩ଟି ଯୋଡିଙ୍କ ମଜେଦାର ଅଭିନୟ ରହିଛି । ଅକ୍ଷୟ-କ୍ରି୍ତି,ବବି-କ୍ରିତି ଖରବନ୍ଦା, ରିତେଶ-ପୂଜା ହେଗଡେଙ୍କ ଅଭିନୟ ଏହି ଗୀତରେ ଦେଖିବାକୁ ମିଳିଛି । କାହାଣୀକୁ ଆଖି ଆଗରେ ରଖି ସେଟ ନିର୍ମାଣ କରାଯାଇଛି ।
କଳାକାରଙ୍କ ପୋଷାକଠାରୁ ନେଇ ସୁଟିଂ ସେଟରେ ଦିଆଯାଇଛି ପରଫେକ୍ଟ ଟଚ୍ । ସୁଖବିନ୍ଦର ସିଂ, ଶ୍ରେୟା ଘୋଷାଲ, ସୋହାଲି ସେନ ଏହି ଗୀତରେ କଣ୍ଠଦାନ କରିଛନ୍ତି । ସାଜିଦ୍ ନାଦିଆୱାଲାଙ୍କ ପ୍ରଯୋଜନାରେ ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ଫରହାଦ୍ ସମଜି । ଏଠାରେ ସୂଚନା ଥାଉ କି ହାଉସଫୁଲ ଫୋର ୨୬ ଅକ୍ଟାବରରେ ପରଦାକୁ ଆସିବ ।


