ମହିଳାଙ୍କ ବେକରୁ ଲୁଟିନେଲେ ସୁନାଚେନ

ଭଣ୍ଡାରିପୋଖରୀ, (ଦୁଯୋଁଧନ ଲେଙ୍କା): ଭଣ୍ଡାରିପୋଖରୀ ଥାନା ୧୬ନଂ ଜାତୀୟ ରାଜପଥର ତୋରତ ପୋଲ ଠାରୁ ଆଜି ଦିନ ୪.୩୦ମି. ସମୟରେ ମୋଟର ସାଇକେଲ ଲୁଟେରା ଜଣେ ମହିଳାଙ୍କ ବେକରୁ ସୁନା ଚେନ ଲୁଟି ନେଇଥିବା ଜଣାପଡିଛି। ମିଳିଥିବା ଅଭିଯୋଗ ଅନୁଯାୟୀ ଯାଜପୁର ଜିଲ୍ଲା ରାମଚନ୍ଦ୍ରପୁର ଥାନା ନହଣ(ବାଲିଆ) ଗ୍ରାମର ମମତା ସାହୁ ରକ୍ଷା ବନ୍ଧନରେ ଭାଇଙ୍କ ହାତରେ ରାଖୀ ବାନ୍ଧିବା ପାଇଁ ଭଦ୍ରକ ବାଘୁରାଇକୁ ଆସିଥିଲେ। ଆଜି ସ୍ୱାମୀ ଶ୍ୟାମସୁନ୍ଦର ସାହୁଙ୍କ ସହିତ ଓଆର୨୨ସି୨୧୭୨ ମୋଟରସାଇକେଲ ଯୋଗେ ଶାଶୁଘରକୁ ଫେରୁଥିଲେ। ଜାତୀୟ ରାଜପଥରେ ଗାଡିଟିକୁ ପିଛା କରି ଲୁଟେରା ମାନେ ଏକ ମୋଟରସାଇକେଲରେ ଆସି ମହିଳାଙ୍କ ବେକରୁ ଏକ ସୁନା ଚେନ ଟାଣିନେଇ ଦ୍ରୁତ ଗତିରେ ପଳାଇଯାଇଥିଲେ। ଏଥିରେ ମହିଳା ଜଣକ ସାମାନ୍ୟ ଆହତ ହୋଇଥିବା ବେଳେ ଏନେଇ ସେ ଭଣ୍ଡାରିପୋଖରୀ ଥାନାରେ ଲିଖିତ ଭାବେ ଜଣାଇଛନ୍ତି। ପୁଲିସ ଅଭିଯୋଗକୁ ଭିତ୍ତିକରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ