ମିଳିତ ଅଧିକାରୀଙ୍କ କ୍ଷତ୍ରିୟ ଅନୁଧ୍ୟାନ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ଚାଷୀ ପଞ୍ଜିକରଣ ପାଇଁ ଆଜି ଭଣ୍ଡାରିପୋଖରୀ ବ୍ଲକ କୃଷି ବିଭାଗ ପକ୍ଷରୁ କ୍ଷତ୍ରିୟ ଅନୁଧ୍ୟାନ କରାଯାଇଛି। ଗ୍ରାମ୍ୟ କୃଷି କର୍ମଚାରୀ ଶିବନାରାୟଣ ପାଣିଙ୍କ ତତ୍ୱବାଧାନରେ ବ୍ଲକର ନଆମୀ, ରାଜେନ୍ଦ୍ରପୁର ଓ ତେସିଙ୍ଗା ଅଂଚଳ ଚାଷୀଙ୍କ କୃଷିକ୍ଷେତ୍ର ପରିଦର୍ଶନ କରାଯାଇଥିଲା। ପରିଦର୍ଶନ ସମୟରେ ତେସିଙ୍ଗା ସମବାୟ ସମିତି ସମ୍ପାଦକ ରାଜେନ୍ଦ୍ର ଖଣ୍ଡାଇ, ନଆମୀ ସମିତି ସମ୍ପାଦକ ରବିନ୍ଦ୍ର ମହାନ୍ତିଙ୍କ ସମେତ ମଞ୍ଜୁରୀରୋଡ଼ ରାଜସ୍ୱ ନିରୀକ୍ଷକ ଓ ଏସଏଚଜି ଗ୍ରୁପର ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ଚଳିତ ବର୍ଷ ଚାଷୀମାନଙ୍କ ନିର୍ଭୁଲ ଧାନ ବିକ୍ରୟ ପଞ୍ଜିକରଣ ପାଇଁ କ୍ଷତ୍ରିୟ ତଦନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅଧିକାରୀ ମାନେ ମତ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ