ରାଇରଙ୍ଗପୁରରେ ମହାସମାରୋହରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ଵାଳ) :-ଆଜି ଜ୍ୟେଷ୍ଠ ଶୁକ୍ଳପକ୍ଷ ପୃର୍ଣିମାରେ ସାରା ଜଗତରର ମଉଡମଣି କାଳିଆ ସାଆନ୍ତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜନ୍ମଦିନ । ଆଜି ଗୋଟିଏ ଦିନ ମହାପ୍ରଭୁ ଜଗନ୍ନାଥ ବାହାରକୁ ଆସି ଜଳଲାଗି ସ୍ନାନ କରନ୍ତି । ଏହି ଦିନରେ ଚତୁର୍ଦ୍ଧାମୂର୍ତ୍ତି ବାହାରକୁ ରତ୍ନବେଦୀରୁ ସ୍ନାନ ବେଦୀକୁ ପହୁଣ୍ଡି ବିଜେ କରିଥାନ୍ତି । ଆଜି ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ପରିସରରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଗତ ଦୁଇ ବର୍ଷ ହେଲା କରୋନା କଟକଣା ଯୋଗୁଁ ଭକ୍ତମାନେ ନିଜର ଆରାଧ୍ୟ ଦେବତା ଜଗନ୍ନାଥ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ରୁ ବଂଚିତ ହୋଇଥିଲେ । ଚଳିତବର୍ଷ କରୋନା କଟକଣା ନ‌ ଥିବାରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁବୃନ୍ଦ ‌ଜଗନ୍ନାଥ ପ୍ରେମୀ ସ୍ନାନପୂର୍ଣ୍ଣିମା ଦେଖିବାକୁ ଗହଳି ଲଗାଇ ପାଖରୁ ଦର୍ଶନ ପାଇ ଆନନ୍ଦ ବିଭୋର ହୋଇ ପଡ଼ିଥିଲେ । ପ୍ରାରମ୍ଭରେ ପ୍ରାତକାଳୀନ ମହାପ୍ରଭୁଙ୍କ ନୀତିକାନ୍ତ ବଡପୂଜକ ଦେବନନାଙ୍କ ଦ୍ୱାରା ସଂପନ ନ‌ହୋଇଥିଲ । ପରେ ମଇଲମ, ସୂର୍ଯ୍ୟ ପୂଜା, ରସ ହୋମ, ଦ୍ଵାରପାଳ ପୂଜା, ମଙ୍ଗଳ ଆଳତୀ, ପରେ ଗୋଟି ପହଣ୍ଡି ବିଜେ ଅନୁଷ୍ଠିତ ହୋଇଥିଲା । ସ୍ନାନ ବେଦୀରେ ମହାପ୍ରଭୁ ଙ୍କ ସ୍ଥାପନ ପରେ ପୂର୍ବ ରାତିରେ ଅଧିବାସରେ ଥିବା ୧୦୮ କଳଶକୁ ସ୍ନାନ ମଣ୍ଡପକୁ ଅଣାଯାଇଥିଲା । ସେଠା ରେ ସୁଦର୍ଶନ ମହାପ୍ରଭୁଙ୍କୁ ୧୮ , ଜଗନ୍ନାଥଙ୍କୁ ୩୫, ସୁଭଦ୍ରାଙ୍କୁ ୨୨ ଏବଂ ବଳଭଦ୍ରଙ୍କୁ ୩୩ କଳସରେ ଥିବା ସୁବାସିତ ଜଳଲାଗି କରାଯାଇଥିଲା । ଏହି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ରେ ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ଦର୍ଶନ ପାଇଁ ପ୍ରବଳ ଗୁଳୁଗୁଳି ଓତାତିକୁ ଭ୍ରୂକ୍ଷେପ ନକରି ଗହଳି ଲାଗି ରହିଥିଲା । ଭକ୍ତବୃନ୍ଦ ଜଗନ୍ନାଥ ଦର୍ଶନ ପାଇଁ ପାଗଳ ହୋଇଉଠିଥିଲେ । ଘଣ୍ଟ, ଶଙ୍ଖ, ହୁଳହୁଳି ରେ ପ୍ରକମ୍ପିତ ହୋଇଥିଲା ସ୍ନାନ ମଣ୍ଡପ । କାର‌୍ୟ୍ୟକ୍ରମରେ ଦେବୋତ୍ତର କମିଟି ଅଧ୍ୟକ୍ଷ ବାମନଘାଟୀ ଉପଜିଲ୍ଲାପାଳ ସରୋଜ ଦାସ, ରଥ କମିଟି ଅଧ୍ୟକ୍ଷ ମୋରଡା ବିଧାୟକ ରାଜ କିଶୋର ଦାସ, ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ନବୀନ ରାମ ରାଇରଙ୍ଗପୁର ପୌରାଧ୍ୟକ୍ଷ ଅଭିଷେକ ପଟ୍ଟନାୟକ, ପୌର ଉପାଧ୍ୟକ୍ଷା ମମିତା ଚୌଧୁରୀ, କୃଷ୍ନବିହାରୀ ମହାନ୍ତି, ରଥ ପରିଚାଳନା କମିଟି ସଦସ୍ୟ ବୃନ୍ଦ ଏକ ଉପସ୍ଥିତ ରହି କାର‌୍ୟ୍ୟକ୍ରମରେ ସହଯୋଗ କରିଥିଲେ । କମିଟି ତରଫରୁ ସମସ୍ତ ଭକ୍ତ ବୃନ୍ଦଙ୍କୁ ପ୍ରସାଦ ବଣ୍ଟନ କରାଯାଇ ଥିଲା । ସ଼ଂଧ୍ୟାରେ ମନ୍ଦିର ପରିସରରେ ଭଜନ କାର‌୍ୟ୍ୟକ୍ରମ ଆୟୋଜିତ ହୋଇଥିଲା । ସ୍ନାନ ମଣ୍ଡପରେ ଜଗନ୍ନାଥ ଙ୍କ ଗଜବେଶ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ