ରାଜସ୍ୱ ନୀରିକ୍ଷକ ଙ୍କ କାର୍ଯ୍ୟାଳୟ ରୁ ମିଳିଲା ମଦବୋତଲ ଓ ଆପତ୍ତିଜନକ ସାମଗ୍ରୀ
ନିମାପଡ଼ା, ( ସନ୍ତୋଷ ଦାଶ) :-ପୁରୀ ଜିଲ୍ଲା ଅସ୍ତରଙ୍ଗ ତହସିଲ ଅନ୍ତର୍ଗତ କେନ୍ଦ୍ରାପଟି ରାଜସ୍ୱ ନିରୀକ୍ଷକ ଙ୍କ ସରକାରୀ କାର୍ଯ୍ୟାଳୟ ରୁ ଗ୍ରାମବାସୀ ମାନେ ବିଦେଶୀ ମଦ ଓ ଯୌନ କାର୍ଯ୍ୟ ରେ ବ୍ୟବହୃତ କଣ୍ଡୋମ ଜବତ କରିବା ସହିତ ଘଟଣା ସମ୍ପର୍କ ରେ ଅସ୍ତରଙ୍ଗ ତହସିଲଦାର ଓ ପୁରୀ ଜିଲ୍ଲାପାଳ ଙ୍କୁ ଜଣାଇ ଆର ଆଇ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ଯେ, ପ୍ରତିଦିନ ରାତିରେ ଏଠାରେ ନିଶାଶକ୍ତ ଅବସ୍ଥାରେ କେନ୍ଦ୍ରାପାଟି ରାଜସ୍ୱ ନିରିକ୍ଷକ ଦିପ୍ତିରଂଜନ ମହାପାତ୍ର ଯୌନ କାରବାର ରେ ସଂପୃକ୍ତ ରହୁଛନ୍ତି । ଯଦି କେହି ଗ୍ରାମବାସୀ କାର୍ଯ୍ୟାଳୟ କୁ ଯାଆନ୍ତି ତେବେ ସେ ତାଙ୍କୁ ଅଶ୍ଳିଳ ଭାଷା ରେ ଗାଳିଗୁଲଜ କରିଥାଆନ୍ତି । ବିଳମ୍ବିତ ରାତ୍ରିରେ ମଦ, ଯୁବତୀ କୁ ନେଇ ବିଳାଶ ବେଶରେ ରହୁଛନ୍ତି ଉକ୍ତ ଆର ଆଇ । ବିନା ଅନୁମତିରେ ରାଜସ୍ୱ ନିରିକ୍ଷକ କାର୍ଯ୍ୟାଳୟକୁ ରାତିରେ ଖୋଲା ରଖିବା ସହ କିଛି ଯୁଵତୀ କାର୍ଯ୍ୟାଳୟ କୁ ଯାଆସ କରୁଥିବା ଦେଖିବାକୁ ମିଳୁଛି । ଆଜି ଗ୍ରାମବାସୀ ମାନେ ଏକତ୍ର ହୋଇ କାର୍ଯ୍ୟାଳୟ କୁ ଯାଇ ତନଖି କରିବାରେ କାର୍ଯ୍ୟାଳୟ ଗଡରେଜ ରୁ ଏକ କଟୁରୀ , ରସି, କିଛି କଣ୍ଡୋମ, ବିଦେଶୀ ମଦବୋତଲ ପାଇଥିଲେ । ଫଳରେ ଘଟଣା ସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଲୋକେ ଆର ଆଇ କାର୍ଯ୍ୟାଳୟ କୁ ଘେରାଉ କରି ତହସିଲଦାର ଙ୍କୁ ଖବର ଦେଇଥିଲେ । ଅସ୍ତରଙ୍ଗ ତହସିଲଦାର ରାଜଲକ୍ଷ୍ମୀ ନାୟକ ଘଟଣା ସ୍ଥଳ ରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାବୁଝି କରିବା ସହିତ ୨ ଦିନ ମଧ୍ୟରେ ତଦନ୍ତ କରାଯାଇ ରିପୋର୍ଟ ଜିଲ୍ଲାପ୍ରଶାସନକୁ ଦିଆଯିବ ବୋଲି ଗ୍ରାମବାସୀମାନଙ୍କୁ ପ୍ରତିଶ୍ରୁତି ଦେବାପରେ ଅବସ୍ଥା ଶାନ୍ତ ପଡିଥିଲା । ଏହି ଘଟଣା ସମଗ୍ର ଅସ୍ତରଙ୍ଗ ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି ।


