ରାମଲିଙ୍ଗେଶ୍ୱର ସେବା ସମବାୟ ସମିତି ଲିଃ ସଭାପତି ହେଲେ ଇ. ମୋହନ ରାଓ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ଗୋଷାଣୀ ବ୍ଳକର କେରାଣ୍ଡି ଗ୍ରାମ ପଞ୍ଚାୟତର ନୂଆ କେରାଣ୍ଡି ଗ୍ରାମରେ ରାମ ଲିଙ୍ଗେଶ୍ୱର ସେବା ସମବାୟ ସମିତି ଲିଃ ସଭାପତି ପଦବୀ ସକାଶେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି | ନିର୍ବାଚନରେ ଦୁଇ ଜଣ ପାର୍ଥି ପ୍ରତିଦ୍ବନ୍ଦିତା କରିଥିଲେ । ଏହି ନିର୍ବାଚନରେ ପ୍ରିଜାଇଡିଙ୍ଗ ଅଫିସର ଅରୁଣ କୁମାର ପାଠୀ ଓ ପୁଲିଙ୍ଗ ଅଫିସର ଭାବେ ଦୀପକ କୁମାର ସାହୁ ନିୟୋଜିତ ହୋଇଥିଲେ । ଇଲେକ୍ସନ ଅଫିସର ଭାବେ ଜଗନ୍ନାଥ ରଥ ଉପସ୍ଥିତ ଥିଲେ । ସମବାୟ ସମିତିରେ ୧୪ ଜଣ ଡିରେକ୍ଟରକୁ ନେଇ ନିର୍ବାଚନ ହୋଇଥିଲା । ଇ. ମୋହନ ରାଓ ୯ ଗୋଟି ଭୋଟ ପାଇଥିବା ବେଳେ ପ୍ରଶାନ୍ତ କୁମାର ପାତ୍ର ୫ ଗୋଟି ଭୋଟ ପାଇଥିବାର ନିର୍ବାଚନ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଅଧିକ ଭୋଟ ପାଇ ଇ .ମୋହନ ରାଓ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ବୋଲି ନିର୍ବାଚନ ଅଧିକାରୀ ଘୋଷଣା କରିଥିଲେ । ରାମ ଲିଙ୍ଗେଶ୍ୱର ସେବା ସମବାୟ ସମିତିର ଏହି କାର୍ଯ୍ୟକ୍ରମକୁ ସମ୍ପାଦକ ଇ. ରାମ ପ୍ରସାଦ ଓ ଡି.ଟି.ଓ ପରିଚାଳନା କରିଥିଲେ। ଶାନ୍ତି ଶୃଙ୍ଖଳା ସକାଶେ ପୋଲିସ ମୁତୟନ ହୋଇଥିଲା ।


