ରୋଗପୋକ ନିରାକରଣ ପ୍ରଶିକ୍ଷଣ ବୈଠକ
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ବ୍ଲକ କୃଷି ବିଭାଗ ପକ୍ଷରୁ ରୋଗ ପୋକ ନିରାକରଣ ସମ୍ପର୍କିତ ଏକ ପ୍ରଶିକ୍ଷଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ କୃଷି ଅଧିକାରୀ ରାଧାରମଣ ମହନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ କୃଷି ବିଭାଗ ଫସଲ ସଂରକ୍ଷଣ ଯୁଗ୍ମ ନିର୍ଦ୍ଦେଶକ ବିଭୁପ୍ରସାଦ ଶତପଥି, ଜିଲ୍ଲା କୃଷି କାର୍ଯ୍ୟାଳୟ ସହକାରୀ କୃଷି ଅଧିକାରୀ ଶ୍ରୀଧର ଦାସ, ଧାମନଗର ଜିଲ୍ଲା କୃଷି ଅଧିକାରୀ ରମେଶ ଚନ୍ଦ୍ର ରାୟ ପ୍ରମୁଖ ଯୋଗଦେଇ ରୋଗପୋକ ନିୟନ୍ତ୍ରଣ ସମ୍ପର୍କରେ ମତ ଦେଇଥିଲେ । ଗ୍ରାମ୍ୟ କୃଷି କର୍ମଚାରୀ ଶିବନାରାୟନ ପାଣି ଆଭିମୁଖ୍ୟ ପ୍ରକାଶ କରିଥିବା ବେଳେ ବିଟିଏମ ମାନସ କୁମାର ଜେନା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ବୈଠକରେ ପ୍ରାୟ ୪୦ରୁ ଅଧିକ କୃଷକ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ କୃଷି କର୍ମଚାରୀ ପ୍ରମୋଦ ନାୟକ, ଆଶିଷ ରାଉତ, ବିଟିଏମ ମାନସ ରଞ୍ଜନ ମହାପାତ୍ର, ଅଭିନାଶ ଜେନା, ଗୀତା ପତି, କମଳା ପାତ୍ର ପ୍ରମୁଖ ପରିଚାଳନା କରିଥିଲେ ।


